www.samajalive.in
Sunday, December 14, 2025
23.1 C
Bhubaneswar

ବାସଗୃହ ପ୍ରଦାନ ଦାବି

ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅର୍ନ୍ତଗତ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତର ଶ୍ରମିକ କାର୍ଡଧାରୀ ଶ୍ରମିକ ମାନେ ବାସଗୃହ ପ୍ରଦାନ ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜିଲା ପ୍ରଶାସନକୁ ମଙ୍ଗଳବାର ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ୨୦୧୯ ମସିହାରେ ଜିଲା ଶ୍ରମ ଅଧିକାରୀ ରେଙ୍ଗାଲି ବିଡିଓ ଙ୍କୁ ୩୧ ଜଣ ଶ୍ରମିକ ମାନଙ୍କ ନାମରେ ଏମଏସପିଏସୱାଇ ଯୋଜନା ଅର୍ନ୍ତଗତ ବାସଗୃହ ପ୍ରଦାନ ପାଇଁ ଚିଠିତ କରିଥିଲେ। ତେବେ ଏ ପର୍ଯ୍ୟନ୍ତ ସେମାନଙ୍କୁ ବାସଗୃହ ବାରମ୍ବାର ଅନୁରୋଧ ସତ୍ୱେ ମିଳି ନାହିଁ। ଏଣୁ ସେମାନଙ୍କ ସମସ୍ୟାର ଉପଯୁକ୍ତ ତଦନ୍ତ କରାଯାଇ ତୁରନ୍ତ ବାସଗୃହ ପ୍ରଦାନ ପାଇଁ ଦାବି କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ଗୋପାଳ ପାଣିଗ୍ରାହୀ, ବିଜଲି ବନଛୋର, ଉର୍ବଶୀ ଧୁରୁଆ, ବିନନ୍ତ ସୋହେଲା ଙ୍କ ସମେତ ଅନ୍ୟ ଶ୍ରମିକ ମାନଙ୍କର ଦସ୍ତଖତ ରହିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories