bjd  ek lkhya koti banner

ସମ୍ବଲପୁର କୋଚିଂ ଡିପୋରେ କ୍ରେନ ସେଡ ଉଦଘାଟିତ

mission shakti banner

ସମ୍ବଲପୁର: ପୁର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ମଣ୍ଡଳର ସମ୍ବଲପୁର ଠାରେ ଥିବା କୋଚିଂ ଡିପୋ ରେ ବିଡି କ୍ରେନ ସେଡ ଉଦଘାଟନ କରାଯାଇଛି। ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ୧୪୦ଟି କ୍ରେନ ବିଶିଷ୍ଟ ଏହି ସ୍ୱତନ୍ତ୍ର ସେଡକୁ ମଙ୍ଗଳବାର ଉଦଘାଟନ କରିଛନ୍ତି। ରେଳ ପ୍ରଶାସନ ତାହାର ଯାତ୍ରୀ ମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦେବା ପାଇଁ ଏହାର ନିଜସ୍ୱ ଭିତ୍ତିଭୂମି କୁ ଆହୁରୀ ଆଧୁନିକୀକରଣ କରୁଛି। ଏହି କ୍ରମରେ କ୍ରେନ ରକ୍ଷଣାବେକ୍ଷଣ ସେଡ ନିର୍ମାଣ କରାଯାଇଛି ବୋଲି ପ୍ରବନ୍ଧକ ଶ୍ରୀ ସିଂ କହିଥିଲେ। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ ଙ୍କ ସମେତ ରେଳବାଇ ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Comments are closed.