www.samajalive.in
Sunday, December 14, 2025
23.1 C
Bhubaneswar

ପୁରୁଣା ସରକାରୀ ବସଷ୍ଟାଣ୍ଡର ପରିମଳ ବ୍ୟବସ୍ଥା ସୁଧାର ଦାବି

ସମ୍ବଲପୁର: ସମ୍ବଲପୁର ସହରର କେନ୍ଦ୍ରରେ ଲକ୍ଷ୍ମୀ ଟକିଜ ଛକ ନିକଟରେ ଅବସ୍ଥିତ ପୁରୁଣା ସରକାରୀ ବସଷ୍ଟାଣ୍ଡ ଅଞ୍ଚଳରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସୁଧାର କରିବାକୁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି। ଏହି ମର୍ମରେ ସରକାରୀ ପୁରଣା ବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ମୋହନ ସାହା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ବସଷ୍ଟାଣ୍ଡ ଅଞ୍ଚଳର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିଛି। କିଛି ବର୍ଷ ହେବ ଅଞ୍ଚଳରେ ସଫେଇ କାର୍ଯ୍ୟ କରାଯାଉ ନ ଥିବା ବେଳେ ନାଳ ଗୁଡିକ ପୋତି ହୋଇ ସାରିଛି। କେବେ କେମିତି ନାଳ ଗୁଡିକ ସଫେଇ କରିବା ପାଇଁ ମାଟି ଉଠା ଯାଉଥିବା ବେଳେ ସେଗୁଡିକୁ ଅନ୍ୟତ୍ର ନିଆ ନ ଯାଇ ସେହି କଡରେ ରଖି ଦିଆଯାଉଥିବାରୁ ପୁର୍ନବାର ଉକ୍ତ ମାଟି ଗୁଡିକ କିଛି ଦିନ ମଧ୍ୟରେ ନାଳକୁ ପ୍ରବେଶ କରି ଯଥା ପୁର୍ବଂ ତଥା ପରଂ ଅବସ୍ଥା ସୃଷ୍ଟି କରୁଛି। ଏଥି ସହ ଅଞ୍ଚଳରେ ଆବର୍ଜନା ଗୁଡିକ ପଡ଼ି ରହୁଥିବା ବେଳେ ସେ ଗୁଡିକୁ ସଫେଇ କରାଯାଉ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ଲୋକେ ରହିବାକୁ ବାଧ୍ୟ ହେଉଛନ୍ତି। ଏଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଉ ବୋଲି ସଂଘ ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତିଙ୍କ ସହିତ ଆଲୋଚନା କରି ଦାବି କରିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories