ରାଧିକା ଢାବା ଉପରେ ପୁଲିସର ଚଢାଉ, ବିପୁଳ ପରିମାଣରେ ମଦ ଜବତ

କଲମପୁର: କଲମପୁର ପୁଲିସ ଥାନା ତରଫରୁ ବନ୍ଧକନା ସ୍ଥିତ ରାଧିକା ଢାବା ଉପରେ ଚଢାଉ କରାଯାଇଛି। ଏଥିରେ ବିପୁଳ ପରିମାଣରେ ଦେଶୀ ଏବଂ ବିଦେଶୀ ମଦ ଜବତ କରାଯାଇଛି। ଏହାସହ ଢାବାର ମାଲିକାଣୀ ରାଧିକା ସାହୁଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ ବନ୍ଧକନା ଧାନ ମଣ୍ଡି ସମ୍ମୁଖରେ ରହିଛି ଏକ ଢାବା। ଯାହାର ନାମ ରାଧିକା ଢାବା। ଏଥିରେ ବେନିୟମ ଭାବେ ଉଭୟ ଦେଶୀ ଏବଂ ବିଦେଶୀ ମଦ କାରବାର ଚାଲିଥିବା କଲମପୁର ପୁଲିସକୁ କୌଣସି ସୁତ୍ରରୁ ସୁଚନା ମିଳିଥିଲା।

prayash

ମଙ୍ଗଳବାର ଦିନ କଲମପୁର ପୁଲିସ ତରଫରୁ ଏ.ଏସ.ଆଇ ଶେଖର ଜେନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଦଳ ଅ​‌େ​‌ନକ ରାଧିକା ଢାବା ଉପରେ ଚଢାଉ କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଏହି ଚଢାଉ ଜାରି ରହିଥିଲା। ଯେଉଁଥିରେ ଏକ ସାର ବସ୍ତାରେ ଥିବା ଦେଶୀ ମଦ ପାଉଚ ସହ ୩ ପେଟିରୁ ଅଧିକ ବିଦେଶୀ ମଦ ଜବତ କରାଯାଇଥିଲା। ଏନେଇ କଲମପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏଥିରେ ସଂପୃକ୍ତ ରାଧିକା ସାହୁ ନାମ୍ନି ମହିଳାଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ ବଡକୁଟୃ ଦେଶୀ ମଦ ଭାଟିରୁ ଦେଶୀ ମଦ ବେନିୟମ ଭାବେ ଆଣି ବିକ୍ରି କରୁଥିବା ବେଳେ କଲମପୁର ବିଦେଶୀ ମଦ ଦୋକାନରୁ ରିତିମତ ବିଦେଶୀ ମଦ ଆଣି ବିକ୍ରି କରା ଯାଉଛି। କେବଳ ବନ୍ଧକନା ନୁହେଁ ସମଗ୍ର କଲମପୁର ଅଞ୍ଚଳରେ ବେନିୟମ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବେନିୟମ ମଦ ବିକ୍ରି ଦ୍ୱାରା ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ଏପରିକି ଅଞ୍ଚଳରେ ମଦର ପ୍ରଭାବ ଯୋଗୁଁ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। କଲମପୁର ଜୁନାଗଡ, କଲମପୁର ଥୁଆମୁଳ ରାମପୁର କଲମପୁର କୋଟାଗାଁ ଆଦି ରାସ୍ତାର ପୋଲ ଗୁଡିକ ଖୋଲା ମଦ ଆଡ୍ଡା ପାଲଟିଛି। ସଂଧ୍ୟା ହେଲେ ଏହି ରାସ୍ତା ଦେଇ ଲୋକେ ଯାତାୟତ କରିବା ସୁରକ୍ଷିତ ଭାବୁ ନାହାଁନ୍ତି।

kalyan agarbati

Comments are closed.