www.samajalive.in
Monday, December 15, 2025
24.1 C
Bhubaneswar

ମାଡ଼ି ଆସୁଛି ଖରା

ଭୁବନେଶ୍ବର : ପଶ୍ଚିମା ଝଡ଼ ପ୍ରଭାବ ସାରା ରାଜ୍ୟରେ ଲାଗି ରହିଥିବାବେଳେ ରବିବାର ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। କିଛି ଅଞ୍ଚଳରେ ପାଗ ଖରାଟିଆ ରହିଥିବାବେଳେ ଭୁବନେଶ୍ବର, ବାଲେଶ୍ବର, ପାରାଦୀପ, ହୀରାକୁଦ, ନୟାଗଡ଼, ଛତ୍ରପୁର ଏବଂ ରାୟଗଡ଼ାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ପ୍ରାୟ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଏଣିକି ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ,ଖରାରେ ସିଝିବ ସାରା ରାଜ୍ୟ। ୩ଦିନ ମଧ୍ୟରେ ଦିନ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଡହଡହ ଖରାରେ ସିଝିବ ଉପକୂଳରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ଓଡ଼ିଶା। ପରବର୍ତ୍ତୀ ସମୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।
ଉତ୍ତର ଛତିଶଗଡ଼, ଦକ୍ଷିଣ ଆଭ୍ୟନ୍ତରୀଣ ତାମିଲନାଡ଼ୁ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ଟ୍ରଫ୍‌ଲାଇନ ଓ ପଶ୍ଚିମାଝଡ଼ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷାର ଆଶଙ୍କା ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ଗୋପାଳପୁରରେ ସବୁଠୁ ଅଧିକ ବର୍ଷା ୧୦୮.୪ ମିମି ରେକର୍ଡ ହୋଇଥିବାବେଳେ ରଙ୍ଗେଇଲୁଣ୍ଡା ୭୭.୩ ମିମି ଏବଂ ଛତ୍ରପୁର ୫୬ ମିମି ବର୍ଷା ହୋଇଛି। ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, କଟକ, ରାୟଗଡ଼ା ଏବଂ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ରବିବାର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ ଓ ମାଲକାନଗିରିରେ ସବୁଠୁ ଅଧିକ ୩୬.୫ଡିଗ୍ରୀ ଲେଖାଏଁ ରେକର୍ଡ଼ ହୋଇଥିବାବେଳେ ଫୁଲବାଣୀ ୩୬.୩ ଡିଗ୍ରୀ, ଝାରସୁଗୁଡ଼ା ୩୬.୨ଡିଗ୍ରୀ, ବୌଦ୍ଧ ୩୬ ଡିଗ୍ରୀ, ଭୁବ‌େ‌ନଶ୍ବର ୩୫.୧ ଡିଗ୍ରୀ ଏବଂ କଟକରେ ୩୪.୨ ଡିଗ୍ରୀ ରହିଛି।

Hot this week

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

Related Articles

Popular Categories