ଭୁବନେଶ୍ୱର ରନୱେ ୱିକ୍: ଆକର୍ଷଣୀୟ ଡିଜାଇନ ପୋଷାକ ପ୍ରଦର୍ଶନ କଲେ ୧୨ ଡିଜାଇନର, ମୁଖ୍ୟ ଆକର୍ଷଣ ସାଜିଲେ ମିସ୍ ୟୁନିଭର୍ସ ୨୦୨୨ ଦିବିତା ରାୟ

ଭୁବନେଶ୍ୱର : ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି। ସେଥିପାଇଁ ନୂଆ ଡିଜାଇନର ପୋଷାକ ପରିଧାନ କରିବାକୁ ସମସ୍ତଙ୍କ ମନରେ ଥାଏ ଅାକୁଣ୍ଠ ଉନ୍ମାଦନା। ସବୁ ବର୍ଗର ପିଢିକୁ ନଜରରେ ରଖି ଆଡ଼ିକ୍ସନ ଫେଶନ୍ ମ୍ୟାନେଜମେଣ୍ଟ ପକ୍ଷରୁ ନିର୍ଦ୍ଦେଶକ ଜନ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନୱେ ୱିକ୍‌ର ଅଷ୍ଟମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି।

ଶୋ’ ନିର୍ଦେଶକ ଜନ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ଫେସନ ଶୋରେ ମୁଖ୍ୟ ଆକର୍ଷଣ ଥିଲେ, ମିସ୍ ୟୁନିଭର୍ସ ୨୦୨୨ ଦିବିତା ରାୟ। ସେ ମନଛୁଆଁ ଡ଼ିଜାଇନ ପରିଧାନ କରି ରାମ୍ପରେ ଚାଲିଥିଲେ, ଯାହା ଥିଲା ଖୁବ ଆକର୍ଷଣୀୟ । ଏହି ଫେଶନ ଶୋ’ରେ ଡେଭିତା ରାୟଙ୍କ ସହ ଅନ୍ୟ ମଡେଲମାନଙ୍କ ରାମ୍ପ ପ୍ରଦର୍ଶନ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।

ଏହି ଫେଶନ ଶୋ’ରେ ପ୍ରିୟାଜ୍ ବାଏ ପ୍ରିୟା ମହାପାତ୍ରଙ୍କ ଦ୍ୱାରା “ଖସିସ୍”ରେ ପାରମ୍ପରିକ ସୁକ୍ଷ୍ମ ଏମ୍ରୋଡୋରୀ ଓ ଡାପର ଡେଲିର, ଡିଜାଇନର ଦେବାଙ୍ଗୀନି ବେହେରାଙ୍କର ଏକ ସୁନ୍ଦର ଡ଼ିଜାଇନ ପରିବେଷଣ କରାଯାଇଥିଲା ଯାହା ଏକ ପୁରାତନ ସାହିତ୍ୟିକ ରୂପ ଉପରେ ଆଧାରିତ। ସେହିପରି ବ୍ଲୋସୁମ୍ କୋଚର ବାଏ ମନିଷ ଓ ଅଭିପ୍ସାଙ୍କ ଡ଼ିଜାଇନ ଇଣ୍ଡୋ ପାଶ୍ଚାତ୍ୟ ସିଲ୍ହୋଟ ଉପରେ ଆଧାରିତ ଥିଲା। ଟେକ୍ସାସ୍ ଜିନ୍ ଡ଼େନିମ୍ ସଂଗ୍ରହ ପ୍ରଦର୍ଶିତ କରିଥିବାବେଳେ ଦକ୍ଷା ଡ଼ିଜାଇନର ସାବିତ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ଗ୍ରୀଷ୍ମ ସଂଗ୍ରହ, ସତ୍ୟ ମହାରଣାଙ୍କ ଦ୍ୱାରା ଆର୍ଥି ହ୍ୱିଜ୍ କଲେକ୍ସନ “ମୁକ୍ତେଶ୍ୱର”ରେ ମାଣିଆବନ୍ଧ, ଗୋପାଳପୁର ଟସର କ୍ଳଷ୍ଟରର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ହ୍ୟାଣ୍ଡଲୁମ୍ ସହ ପାରମ୍ପରିକ ରୋପ୍ୟ ଜୁଏଲାରୀ ବ୍ୟବହୃତ ଡ଼ିଜାଇନ୍ ପ୍ରଦର୍ଶିତ କରାଯାଇଥିଲା।

prayash

ସାକ୍ଷୀ ହ୍ୟାଣ୍ଡଲୁମର ପ୍ରଦୀପ ସାହାରୀ “ସମ୍ବଲପୁରୀ ଇକାଟ୍” ଡିଜାଇନ୍ ପ୍ରଦର୍ଶିତ କରିଥିବାବେଳେ ଏଜେ ଫେସନର ସେଲିନା ଦୋସନଙ୍କ ଦ୍ୱାରା ଛୋଟ ଛୁଆଙ୍କ ଉପରେ ଆଧାରିତ ଡ଼ିଜାଇନ୍ ଓ ଲୋପାମୁଦ୍ରା ଭଞ୍ଜଙ୍କ ଦ୍ୱାରା “ଲେଭଲ ବାହାର” ଡ଼ିଜାଇନ୍, ପ୍ରିତମ ପାଲଙ୍କ ଦ୍ୱାରା ପ୍ରଦର୍ଶିତ ଡ଼ିଜାଇନ ପ୍ରିତ୍ରେ ପାରମ୍ପରିକ ରଙ୍ଗ ବ୍ୟବହାର କରି ବିଭିନ୍ନ କଲେକ୍ସନ ପ୍ରଦର୍ଶିତ କରାଯାଇଥିଲା।

ସେହିପରି ନିକିତା ନାୟକଙ୍କ ଦ୍ୱାରା ନିକିତା କୋଚର ଡ଼ିଜାଇନରେ ବିଳାସ ପୂର୍ଣ୍ଣ କକ୍ଟେଲ ଆଉଟ୍ଫିଟ୍ ମାର୍ଟିନି ଡ଼ିଜାଇନ୍ର ପୋଷାକ ପ୍ରଦର୍ଶିତ କରାଯାଇଥିବା ବେଳେ ଲେବଲ ତନୟାଙ୍କ ଦ୍ୱାରା ପ୍ରଦର୍ଶିତ ଡ଼ିଜାଇନ୍ ତନୟା ରାୟରେ ବସନ୍ତ, ଗ୍ରୀଷ୍ମ କାଉଚର ଡ଼ିଜାଇନ୍ର ପୋଷାକ ପ୍ରଦର୍ଶିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଉଷା ପାଢୀ, (ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ), ଅରବିନ୍ଦ ପାଢୀ (ପ୍ରମୁଖ ସଚିବ, କୃଷି ବିଭାଗ), କଳିଙ୍ଗ କେଶରୀ ରଥ (ନିର୍ଦ୍ଦେଶକ, ଇଭୋସ ବିଲ୍ଡକନ), ନବୀନ ଖଣ୍ଡୋଇ (ମୁଖ୍ୟ ଉପଦେଷ୍ଟା, ଭୁବନେଶ୍ୱର ରନୱେ ୱିକ), ସୁମା ମହାନ୍ତି (ନିର୍ଦ୍ଦେଶକ, ଏସ୍.ଏନ୍.ଏମ୍. ଗ୍ରୁପ), ଶୃତି ମହାପାତ୍ର (ଫାଉଣ୍ଡର ଚେୟାରମ୍ୟାନ, ରିଫ୍ଲେକ୍ସନ), ସାନୁ ରଥ (ସଂପାଦକ, ମାଇଁ ସିଟି ଲିଙ୍କ୍ସ) ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦାନ କରିଥିବା ବେଳେ ଡ଼ିଜାଇନର ମାନଙ୍କର ଆକର୍ଷଣୀୟ ଡ଼ିଜାଇନ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା।

kalyan agarbati

Comments are closed.