ବାଇକ୍‍ ଚାଳକଙ୍କ ଠାରୁ ଜୋରିମନା ଆଦାୟ

ପିପିଲି:ଜାତୀୟ ରାଜପଥରେ ହେଲମେଟ ନପିନ୍ଧି ଦୁଇଚକିଆ ଯାନ ଚଳାଇବା ଏବେ ମହଙ୍ଗା ପଡିଛି। ବିନା ହେଲମେଟ୍‍ରେ ବେପରୁଆ ଗାଡିଚାଳନା କରୁଥିବା କେତେକ ଅମାନିଆ ବାଇକ୍‍ ଓ ସ୍କୁଟର ଚାଳକଙ୍କ ଠାରୁ ପିପିଲି ପୁଲିସ ୧୦ହଜାର ଟଙ୍କା ଚାଲାଣ କାଟିବା ସହ ସେମାନଙ୍କୁ ସଚେତନ କରିଛି। ପିପିଲି ଥାନା

prayash

ଏସ୍‍ଆଇ ସନ୍ଦୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‍ ପିପିଲି ଟୋଲ୍‍ପ୍ଲାଜା ନିକଟରେ ଶନିବାର ଅପରାହ୍ନରେ ରାସ୍ତାରେ ଯାଉଥିବା ଗାଡିମୋଟରକୁ ଚେକିଂ କରିବା ଅବସରରେ ଅମାନିଆ ବାଇକ୍‍ ଓ ସ୍କୁଟର ଚାଳକଙ୍କ ଠାରୁ ଏହି ଚାଲାଣ କାଟିବା ସହ ସେମାନଙ୍କୁ ତାଗିଦ କରିଥିବା ସୂଚନା ମିଳିଛି।

kalyan agarbati

Comments are closed.