www.samajalive.in
Monday, December 15, 2025
27.1 C
Bhubaneswar

ଭାମିନି ଆଇଆରବିଏନ ପୁଲିସ ଶିବିରରେ ୮୮ତମ ପ୍ରତିଷ୍ଠା ଦିବସ ପାଳିତ

ରାମନାଗୁଡା: ରାୟଗଡା ଜିଲା ରାମନଗୁଡା ବ୍ଲକ ଅନ୍ତର୍ଗତ ଭାମିନି ଠାରେ ଥିବା ଦ୍ବିତୀୟ ଆଇଆରବିଏନ ପୁଲିସ ଶିବିରରେ ୮୮ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ଦୁର୍ଗପତି ଦୀପକ କୁମାର ଦେହୁରୀଙ୍କ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପ୍ରେରିତ ବାର୍ତ୍ତାକୁ ପଠନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣପୁର ଉପ ଜିଲାପାଳ ଲଳିତ ମୋହନ କହଁର ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଗାନ୍ଧୀ ବିଶ୍ୱବିଦ୍ୟାଳୟର ନିର୍ଦେଶକ ଜଗଦୀଶ ପଣ୍ଡା, ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ କର୍ତ୍ତବ୍ୟ ନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ ଏସଆଇ ସୁଜିତ କୁମାର ସାହୁ, ଏଏସଆଇ ଦୀପକ କୁମାର ପରିଡା, କନେଷ୍ଟବଳ ଆମର କୁମାର ସାମଲ , ହାବିଲଦାର କ୍ଷେତ୍ର ମୋହନ ସାମଲଙ୍କୁ ମାନପତ୍ର ସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆସିଷ୍ଟେଣ୍ଡ କମାଣ୍ଡାଣ୍ଟ ନିଳାମ୍ବର ପରିଡା ଓ ହାବିଲଦାର ସୁଜିତ କୁମାର ଦାସ ସହ ଅନ୍ୟ ପୁଲିସ କର୍ମଚାରୀମାନେ ପରିଚାଳନା କରିଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories