www.samajalive.in
Monday, December 15, 2025
14.1 C
Bhubaneswar

ଉତ୍କଳୀୟ ଅସ୍ମୀତାକୁ ପ୍ରସ୍ପୁଟିତ କରି ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ଆବଶ୍ୟକ

ଗୁରୁଡିଝାଟିଆ : ଉତ୍କର୍ଷ କଳାର ରାଜ୍ୟ ଉତ୍କଳ। ପ୍ରାକୃତିକ ସଂପଦରେ ଭରପୁର ଉତ୍କଳର ବୈଭବ ଯେପରି ଲହଡି ଭାଙ୍ଗୁଛି ଅନୁରୂପ ଭାବରେ ତାର ସଂସ୍କୃତି, ପରମ୍ପରା ବେଶ ନିଆରା । ସମ୍ମିଳିତ ଭାବେ ଉତ୍କଳୀୟ ଅସ୍ମୀତାକୁ ମନେ ପକାଇ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଲେ ଜନନୀ ଗଳାରେ କୀରତି କୁସୁମର ହାର ଶୋଭା ପାଇପାରିବ ବୋଲି ଗୋପବନ୍ଧୁ ନର୍ସିଂ କଲେଜ ପରିସରରେ ପାଳିତ ଉତ୍କଳ ଦିବସ ଉତ୍ସବରେ ଉପସ୍ଥିତ ଅତିଥିବୃନ୍ଦ ମତପ୍ରକାଶ କରିଛନ୍ତି । ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିସରସ୍ଥ ଆଧ୍ୟାତ୍ମିକ କେନ୍ଦ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଧିନ ଏଲିୟସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍କଳ ଦିବସ ପାଳନ ଉତ୍ସବରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଆମ ସଂସ୍କୃତି ପରମ୍ପରା ମହାନ। ଆମର ପରିଚୟ ପ୍ରଭୂ ଶ୍ରୀ ଜଗନ୍ନାଥ। ପ୍ରତ୍ୟେକ ଓଡିଆ ମା’ ମାଟିର ଟେକ ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କଲେ ଆମ ପୂର୍ବସୁରୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି କହିବା ସହ ଓଡିଶା ଏବେ ବହୁ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନରେ ରହିଛି ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମୀତା ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣି ସକାରାତ୍ମକ ଢଙ୍ଗରେ ପ୍ରତିକୂଳ ପରିବେଶରେ ହାର ନମାନି ଆଗକୁ ବଢିଲେ ଅନ୍ୟ ପାଇଁ ଉଦାହରଣ ହେବା ସହ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇପାରିବେ ବୋଲି କହିବା ସଂଗେ ସଂଗେ ସମାଜରେ ପଛରେ ପଡିଯାଇଥିବା ଜନସାଧାରଣଙ୍କୁ ସାଧ୍ୟମତେ ସହଯୋଗର ହାତ ବଢାଇ ଆଗକୁ ବାଟ ଦେଖାଇଲେ ଜୀବନ ସରସତାରେ ଭରିଉଠିବ ବୋଲି କହିଥିଲେ। ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କହିଥିଲେ ବହୁ ଘାତ ପ୍ରତିଘାତକୁ ଅତିକ୍ରାନ୍ତ କରି ଆମେ ସ୍ୱତନ୍ତ୍ର ଭାଷା ଭିତ୍ତିକ ପ୍ରଦେଶ ପାଇପାରିଛେ । ବିଭିନ୍ନ କ୍ଷେତ୍ରରେ ଆମକୁ ପଛରେ ପକାଇବା ପାଇଁ ଅନବରତ ଉଦ୍ୟମ ରହିଥିଲା। ହେଲେ ଏହାକୁ ଅତି ଚତୁରତାର ସହିତ ସଂଘର୍ଷ ଓ ସଂଘାତ ଭିତରେ ପରାହତ କରି ପୂର୍ବସୁରୀମାନେ ଯେଉଁ ମହାର୍ଘ୍ୟ ସ୍ୱତନ୍ତ୍ର ପ୍ରଦେଶ ଆମକୁ ପ୍ରଦାନ କରିଛନ୍ତି, ସେମାନଙ୍କ ତ୍ୟାଗ, ତିତୀକ୍ଷା ଓ ସତ୍ୟାନୁରାଗ ଏକାଗ୍ରତା ପ୍ରତି ସମ୍ମାନ ଜଣାଇ ପ୍ରତ୍ୟେକ ନିଜ ନିଜ କର୍ତ୍ତବ୍ୟକୁ ଠିକଣା ଢଙ୍ଗରେ ପାଳନ କଲେ ଓଡିଶା ବିଶ୍ୱଗୁରୁ ହୋଇପାରିବ ବୋଲି କହିଥିଲେ।

ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର, ମଧୁସ୍ମୀତା ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଂପର୍କରେ ଆଲୋକପାତ କରିବା ସହ ବିଦ୍ୟାର୍ଥୀମାନେ ରାଜ୍ୟକୁ ପ୍ରଗତି ପଥରେ ନେବା ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ଭିତରେ ନୃତ୍ୟ, ଦେଶାତ୍ମବୋଧକ ଗୀତ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗିମାନଙ୍କୁ ମଞ୍ଚାସୀତ ଅତିଥିବୃନ୍ଦ ସମ୍ମାନୀତ କରିଥିଲେ । ବିଦ୍ୟାର୍ଥୀମାନେ ୩୦ଟି ଜିଲ୍ଲାର ସ୍ୱତନ୍ତ୍ରତା ସଂପର୍କରେ ଭିନ୍ନ ଭିନ୍ନ ପୋଷାକ ପରିଧାନ କରି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ବିକ୍ରମ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories