www.samajalive.in
Monday, December 8, 2025
27.1 C
Bhubaneswar

ଭାମିନି ଆଇଆରବିଏନ ପୁଲିସ କ୍ୟାମ୍ପରେ ୮୮ତମ ପ୍ରତିଷ୍ଠା ଦିବସ ପାଳିତ

ରାମନାଗୁଡା : ରାୟଗଡା ଜିଲ୍ଲା ରାମନଗୁଡା ବ୍ଲକ ଅନ୍ତର୍ଗତ  ଭାମିନି  ଠାରେ ଥିବା ୨ୟ ଆଇଆରବିଏନ ପୁଲିସ କ୍ୟାମ୍ପରେ ୮୮ତମ ପୁଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏଥିରେ ଦୁର୍ଗପତି ଦୀପକ କୁମାର ଦେହୁରୀ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତାକୁ ପଠନ କରିଥିଲେ। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ ମୋହନ କହଁର  ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଗାନ୍ଧୀ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ କର୍ତ୍ତବ୍ୟ ନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ  ଏସଆଇ ସୁଜିତ କୁମାର ସାହୁ, ଏଏସଆଇ ଦୀପକ କୁମାର ପରିଡା, କନେଷ୍ଟବଳ ଅମର କୁମାର ସାମଲ, ହାବିଲଦାର କ୍ଷେତ୍ର ମୋହନ ସାମଲଙ୍କୁ ମାନ ପତ୍ର ସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସହକାରୀ କମାଣ୍ଡାଣ୍ଟ ନିଳାମ୍ବର ପରିଡା ଓ ହାବିଲଦାର ସୁଜିତ କୁମାର ଦାସଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ମାନେ ପରିଚାଳନା କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories