www.samajalive.in
Sunday, December 14, 2025
19.1 C
Bhubaneswar

କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା

ଫୁଲବାଣୀ: ଆଦାନୀ କମ୍ପାନୀ ସମୂହକୁ ପ୍ରଧାନମନ୍ତ୍ରୀଙ୍କ ଅହେତୁକ ଅନୁକମ୍ପା, ଭାରତୀୟ ଷ୍ଟେଟବ୍ୟାଙ୍କ ଏବଂ ଏଲ. ଆଇ.ସି ରେ ଥିବା କୋଟି କୋଟି ଟଙ୍କା ଗଛିତ ଅର୍ଥ ଅସୁରକ୍ଷିତ ଏବଂ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଧ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିବାଦ କରାଯାଇଛି। ସେହିଭଳି କନ୍ଧମାଳ ଜିଲ୍ଳା ସଦର ମହକୁମା ଫୁଲବାଣୀ ସହରରେ କଂଗ୍ରେସ ପକ୍ଷରୁ ବିରାଟ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ସାହାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। କଂଗ୍ରେସର ଜିଲ୍ଲା ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ କଂଗ୍ରେସ କୃଷକ ସେଲର ରାଜ୍ୟ ସଭାପତି ଅମୀୟ ପଟ୍ଟନାୟକ, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ଅଜୟନ୍ତୀ ପ୍ରଧାନ, ୩ ଶ୍ରମିକ ନେତା ଘନ ଶବର, ଯୁବନେତା ବଦଳବେ ବେହେରା, ଗୌର ଚରଣ ବେହେରା, ଶିବ ବେହେରା, ଛାତ୍ର ନେତା ଅନୁପମ କହଁର, ମହିଳା ନେତ୍ରୀ ରୁଦା ମଲିକ, ଭୂତପୂର୍ବ ବିଧାୟକ ଅଭିମନ୍ୟୁ ବେହେରାଙ୍କ ସମେତ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାନେ ମାଦିକୁନ୍ଦା ଛକରୁ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଆସିଥିଲେ। ତାପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ସାହାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଅପରାହ୍ନରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିବା ବେଳେ ଏଥିରେ କଂଗ୍ରେସର ସମସ୍ତ ନେତା ମାନେ ଉପସ୍ଥିତ ଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories