www.samajalive.in
Monday, December 8, 2025
14.1 C
Bhubaneswar

ନିର୍ଯାତନାର ଶିକାର ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡଲାଇନ୍‌‌

ଚୌଦ୍ୱାର: ସାବତ ମା ଦ୍ୱାରା ନିର୍ଯାତିତା ଜଣେ ନାବାଳିକାକୁ କଟକ ଚାଇଲ୍ଡ ଲାଇନ୍‌‌ର କର୍ମକର୍ତ୍ତା ଉଦ୍ଧାର କରିଛନ୍ତି। ପୀଡ଼ିତାକୁ ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଛି। ଚୌଦ୍ୱାର ସହରାଞ୍ଚଳରେ ରହୁଥିବା ଉକ୍ତ ନାବାଳିକାର ସାବତ ମା’ ପ୍ରାୟ ୮ବର୍ଷ ହେବ ତାକୁ ନିୟମିତ ଅମାନୁଷିକ ଭାବେ ମାଡ଼ ମାରିବା ସହିତ ନାନା ପ୍ରକାରର ନିର୍ଯାତନା ଦେଉଥିଲେ ବୋଲି ନାବାଳିକା ଜଣକ ଅଭିଯୋଗ କରିଛି। ପ୍ରକାଶ ଯେ ଝିଅଟି ମାତ୍ର ୪ ବର୍ଷର ହୋଇଥିବା ବେଳେ ତାର ମା’ ମରିିଯିବାରୁ ତାର ଲାଳନ ପାଳନ ପାଇଁ ବାପା ଦ୍ୱିତୀୟ ବିବାହ କରିଥିଲେ। ହେଲେ ଦ୍ୱିତୀୟ ପତ୍ନୀ ଜଣକ ଝିଅକୁ ଆପଣେଇ ପାରି ନଥିଲା। ଅନ୍ୟପଟେ ସେ ଝିଅଟିକୁ ନିର୍ଯାତନା ଦେବା ଅରମ୍ଭ କରିଥିଲା। ଏହା ମଧ୍ୟରେ ସାବତ ମା’ର ଝିଅଟିଏ ଜନ୍ମ ହେବା ପରେ ସେ ସାବତ ଝିଅ ଉପରେ ଅମାନୁଷିକ ଅତ୍ୟାଚାର ଆରମ୍ଭ କରିଥିଲା। ଏସବୁ ସମ୍ପର୍କରେ ଝିଅଟି ବାପାକୁ ବାରମ୍ବାର କହିଥିଲେ ହେଁ ତାର କୌଣସି ସୁଫଳ ମିଳି ନଥିଲା। ଫଳରେ ନିରାଶ ହୋଇ ନାବାଳିକା ଜଣକ ଆତ୍ମହତ୍ୟା କରିବାର ପ୍ରୟାସ ମଧ୍ୟ କରିଥିବା ଗ୍ରାମବାସୀ ମାନଙ୍କ ସୁତ୍ରରୁ ପ୍ରକାଶ। ଘଟଣା ସମ୍ପର୍କରେ ପଡୋ଼ଶୀ ଜଣେ ବୃଦ୍ଧା ଜାଣିବା ପରେ ସେ ସ୍ଥାନୀୟ ଜଣେ ସ୍ୱେଚ୍ଛାସେବୀଙ୍କୁ ଜଣାଇଥିଲେ।

ସ୍ୱେଚ୍ଛାସେବୀ ଜଣକ ଚାଇଲ୍ଡଲାଇନ୍‌‌କୁ ଜଣାଇବା ପରେ ଚାଇଲ୍ଡ ଲାଇନ୍‌‌ କର୍ମକର୍ତ୍ତା ଚୌଦ୍ୱାର ପୁଲିସ୍‌‌ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନଙ୍କ ସହିତ ଝିଅ ରହୁଥିବା ଘରେ ପହଞ୍ଚି ତାକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛନ୍ତି। ଚାଇଲ୍ଡ ଲାଇନ୍‌‌ର ସୁଲୋଚନା ଶତପଥୀ, ସୁବାସ ଚନ୍ଦ୍ର ସ୍ୱାଇଁ, ଚୌଦ୍ୱାର ଥାନା ଏଏସ୍‌‌ଆଇ ସରସ୍ୱତୀ ସାହୁ, ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାସ ପ୍ରମୁଖ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ନାବାଳିକାଟିକୁ ନିର୍ଯାତନା ଦେଉଥିବା ସାବତ ମା’ ଓ ବାପାକୁ କଠୋର ଦଣ୍ଡ ପ୍ରଦାନ କରିବାକୁ ସ୍ଥାନୀୟ ବାସିନ୍ଦା ମାନଙ୍କ ତରଫରୁ ଦାବି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories