www.samajalive.in
Friday, November 14, 2025
25.1 C
Bhubaneswar

ଠକେଇ ଅଭିଯୋଗରେ ଜଣେ ଗିରଫ

ଚୌଦ୍ୱାର: ସରକାରୀ ଚାକିରୀ କରାଇ ଦେବାକୁ କହି ଜନୈକ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଚୌଦ୍ୱାର ପୁଲିସ ସ୍ଥାନୀୟ ଶଂକରପୁର ଗ୍ରାମରେ ରହୁଥିବା ବାଙ୍କୀ ଅଞ୍ଚଳର ଶ୍ରୀକାନ୍ତ ପାତ୍ର ନାମକ ଜଣକୁ ଗିରଫ କରି ଅଦାଲତ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ଅଦାଲତରେ ଏଏସ୍‌‌ଓ ଚାକିରୀ କରାଇ ଦେବେ ବୋଲି କହି ଶ୍ରୀକାନ୍ତ କଟକ ଜିଲା ଗୋବିନ୍ଦପୁର ଥାନା ମାଙ୍ଖ ଗ୍ରାମର ବାମଦେବ ମଲ୍ଲିକଙ୍କ ଠାରୁ ୨୦୧୭ ମସିହାରୁ ବିଭିନ୍ନ ପର୍ଯ୍ୟାୟରେ ମୋଟ ୨ଲକ୍ଷ ୮୫ ହଜାର ଟଙ୍କା ନେଇଥିଲେ। ଚାକିରୀ ନହେବାରୁ ସେ ନେଇଥିବା ଟଙ୍କା ଫେରସ୍ତ ଦେବାକୁ ବାମଦେବ ଶ୍ରକାନ୍ତଙ୍କୁ କହିଥିଲେ। ହେଲେ ଶ୍ରୀକାନ୍ତ ଆଉ ଧରା ଛୁଆଁ ଦେଇ ନଥିଲେ। ନିରାଶ ହୋଇ ବାମଦେବ ଗୁରୁବାର ଚୌଦ୍ୱାର ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories