୫ ୱିକେଟରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କଲା ଗୁଜରାଟ ଟାଇଟାନ୍‌ସ

ଅହମ୍ମଦାବାଦ୍‌: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୬ତମ ସଂସ୍କରଣ ଆରମ୍ଭ ହୋଇଛି। ଶୁକ୍ରବାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ, ଚେନ୍ନଇ ସୁପରକିଙ୍ଗ୍‌ସକୁ ୫ ୱିକେଟରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରି ଚେନ୍ନଇ ସୁପରକିଙ୍ଗ୍‌ସ ୨୦ ଓଭରରେ ୭ ୱିକେଟ ହରାଇ ୧୭୮ରନ କରିଥିଲା। ଜବାବରେ ଗୁଜରାଟ ଟାଇଟାନ୍‌ସ ୧୯.୨ ଓଭର ଖେଳି ୫ ୱିକେଟ ବିନିମୟରେ ୧୮୨ ରନ କରିଥିଲା।

Comments are closed.