ଶନିବାର ରାଶିଫଳ ୦୧.୦୪.୨୦୨୩

ମେଷ: ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ମନ ବଳରେ ବଳୀୟାନ ହୋଇପାରନ୍ତି। ଜଣେ ନୃପତିଙ୍କର ଯାହା କାର୍ଯ୍ୟ ସେଭଳି କାର୍ଯ୍ୟରେ ଦକ୍ଷ ହେବେ। ଧନବାନ୍‌ ହେବେ। ଶାସ୍ତ୍ରଜ୍ଞ ହେବେ।
ବୃଷ: ଜଣେ କୃଷି ବିଶେଷଜ୍ଞ ଭାବେ କୃଷକମାନଙ୍କୁ ପ୍ରଶିକ୍ଷଣ ସହିତ ଦିଗ୍‌ଦର୍ଶନ ଦେବେ। ନୂତନ ଉଦ୍ୟାନ୍‌ ନିର୍ମାଣକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ ହେବେ।
ମିଥୁନ: ଶୁଦ୍ଧ ସ୍ବଭାବସମ୍ପନ୍ନ ହେବେ। ଆତ୍ମଶକ୍ତିକୁ ଜାଗ୍ରତ ରଖି ତା ଉପରେ ବିଶ୍ବାସ ସ୍ଥାପନ କରିବେ। ପୁଣ୍ୟକର୍ମା ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ସୁଶୀଳ ଓ ଜନବଲ୍ଲଭ ହେବେ।
କର୍କଟ: ଆପଣଙ୍କ ବ୍ୟକ୍ତିତ୍ବ ପ୍ରଭାବରେ ଶତ୍ରୁ ଆପଣଙ୍କ ନିକଟରେ ମଥାନତ କରିବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଧୀଶକ୍ତିସମ୍ପନ୍ନ ହେବେ। ସତ୍ୟ ଉପରେ ଆଧାରିତ କାର୍ଯ୍ୟରେ ସୁଚିନ୍ତିତ ମତ ରଖିବେ।
ସିଂହ: କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ନିରୋଳାରେ ତପ, ସାଧନା ଫଳପ୍ରସୂ ହେବ। ଆତ୍ମବିଶ୍ବାସକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହୋଇପାରନ୍ତି। ପୁଣ୍ୟବାନ୍‌ ହେବେ। ଲୋକସେବା କରିବେ।
କନ୍ୟା: ଶତ୍ରୁ ଶତ୍ରୁତା ପରିବର୍ତ୍ତେ ଶରଣାଗତ ହେବ। ସରକାରୀ ଧନ ଭଣ୍ଡାର ଆପଣଙ୍କ ପାଇଁ ଉନ୍ମୁକ୍ତ ରହିଛି। ରାଜ କର୍ମଚାରୀଙ୍କ ଦ୍ବାରା ସମ୍ମାନିତ ହୋଇପାରନ୍ତି। ଅନୁଭୂତିରୁ ଉତ୍ପନ୍ନ ଜ୍ଞାନଗରିମା ଶ୍ରେଷ୍ଠାସନ ଦେବ।
ତୁଳା: ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ସତ୍‌ସଙ୍ଗରୁ ଆପଣଙ୍କୁ ମିଳିବ ଶାନ୍ତି ଓ ସୁଖର ସୂତ୍ର। ଠାକୁରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ନିବେଦନ କରିପାରନ୍ତି।
ବିଛା: କ୍ଷମତା ଅଳିନ୍ଦରେ ସହବସ୍ଥାନ କରୁଥିଲେ ବି ସହକର୍ମୀ ଓ ଅଧସ୍ଥନଙ୍କୁ ସ୍ନେହ ଆଦରରେ ଅନୁବନ୍ଧିତ କରିପାରନ୍ତି। ପରୋପକାରକୁ ସ୍ବର୍ଗ ସୁଖ ଭାବେ ବିବେଚନା କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ଧନୁ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ମନୋବଳକୁ ଦୃଢ଼ ରଖିପାରିଲେ ବିପଦକୁ ଏଡ଼ାଇଯାଇ ପାରିବେ। ଥଣ୍ଡାଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। କର୍ମତତ୍ପରତା ଆପଣଙ୍କୁ ମହାନ୍‌ କରିପାରେ।
ମକର: ସେବାନୁରକ୍ତ ହୋଇପାରନ୍ତି। ଅମଳ କମଳ ଚରଣ ତଳେ ଆଶ୍ରିତ ହୋଇ ଅନ୍ୟର ସୁଖ କାମନା କଲେ ନିଜେ ସୁଖ ଭୋଗ କରିବେ। ଆଜି ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
କୁମ୍ଭ: ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ। ଭ୍ରାତୃଭାବ ଅତୁଟ ରହିବ। ଦୟାଧର୍ମରେ ବିଲୀନ ହୋଇପାରନ୍ତି। କର୍ମଯୋଗୀ ଓ ଚେତନା ଧର୍ମୀ ହେବେ। ଧାର୍ମିକ ହେବେ।
ମୀନ: ବରିଷ୍ଠ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ବୋଧ ଭାଷା ପ୍ରକାଶ ଆପଣଙ୍କର ଧେୟ ହେବ। ରମା (ଧନ ଲକ୍ଷ୍ମୀ)ଙ୍କୁ ଅଗ୍ରାଧିକାର ନ ଦେଇ ରମା (ଗୃହ ଲକ୍ଷ୍ମୀଙ୍କୁ ଆଦର କରିପାରନ୍ତି। ଚାକିରି କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ।

Comments are closed.