www.samajalive.in
Thursday, December 11, 2025
26.1 C
Bhubaneswar

୨ରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ଉତ୍ସବ

କଟକ: ବହୁଳ ପ୍ରସାରିତ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ଓ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୨’ ପ୍ରଦାନ ସମାରୋହ ଆଗାମୀ ଅପ୍ରେଲ ୨ ତାରିଖ, ରବିବାର କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ସାଢ଼େଦଶଟାରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ବାର୍ଷିକ ଉତ୍ସବରେ ପୁନେ ଆଞ୍ଚଳିକ କେନ୍ଦ୍ର, ୱାଇ.ସି.ଏମ୍‌.ଓ.ୟୁ., ନାସିକ୍‌ର ପୂର୍ବତନ ଆଞ୍ଚଳିକ ନିର୍ଦେଶକ, ତଥା ସରସ୍ବତୀ ସମ୍ମାନ ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ. ଶରଣକୁମାର ଲିମ୍ବାଲେ ମୁଖ୍ୟ ଅତିଥି ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ କେନ୍ଦ୍ର ସରକାରଙ୍କ ଆୟକର ବିଭାଗର ମୁଖ୍ୟ କମିସନର ପାରମିତା ଶତପଥୀ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ। ‘ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୨’ ଲବ୍ଧପ୍ରତିଷ୍ଠ କବି, ସ୍ବନାମଧନ୍ୟ ନାଟ୍ୟକାର, ଗାଳ୍ପିକ ତଥା ସମାଲୋଚକ, ସାରଳା ପୁରସ୍କାରପ୍ରାପ୍ତ ପ୍ରଫେସର ହରିହର ମିଶ୍ରଙ୍କୁ ପ୍ରଦାନ କରାଯିବ।

ଏହା ବ୍ୟତୀତ କବିତା ନିମିତ୍ତ ସୌଭାଗ୍ୟବନ୍ତ ମହାରଣା, ପ୍ରବନ୍ଧ- ଡ. ଶ୍ରୀଶ ପଟେଲ ଓ ଗଳ୍ପ ପାଇଁ ସୀତେଶ ତ୍ରିପାଠୀଙ୍କୁ, ଶିଶୁ ସାହିତ୍ୟରେ ଅଶୋକ କୁମାର ପ୍ରଧାନ (ଗଳ୍ପ) ଓ ପ୍ରଶାନ୍ତ କୁମାର ନାଥ (କବିତା)ଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୨’ରେ ସମ୍ବର୍ଦ୍ଧିତ କରାଯିବ। ‘ସତ୍ୟବାଦୀ ସାରସ୍ବତ ସମ୍ମାନ’ ୧ ଲକ୍ଷ ଟଙ୍କାର ଦକ୍ଷିଣା ସହ ମାନପତ୍ର ଓ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ପ୍ରତିଭାଙ୍କୁ ଦଶହଜାର ଟଙ୍କା ଦକ୍ଷିଣା ପ୍ରଦାନ ସହ ମାନପତ୍ର ପ୍ରଦାନ କରାଯିବ।

- Advertisement -

ଏହି ସମାରୋହରେ ୨୦୨୨ ମସିହାରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ରେ ପ୍ରକାଶିତ ଲେଖାର ଲେଖକଲେଖିକାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହା ବ୍ୟତୀତ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ଶ୍ରେଷ୍ଠ ଦଶଜଣ ବିଜ୍ଞାପନଦାତା ତଥା ଶ୍ରେଷ୍ଠ ଦଶଜଣ ବିତରକଙ୍କୁ ପୁରସ୍କୃତ କରାଯିବ। ଏହି ସମାରୋହରେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ ଓ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ଶ୍ରୀ ନିରଞ୍ଜନ ରଥ ଅଧ୍ୟକ୍ଷତା କରିବେ।

ଚଳିତବର୍ଷ ପ୍ରଥମ ଥର ପାଇଁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏହାର ପ୍ରସାରଣ ନିମିତ୍ତ ପଦକ୍ଷେପ ନିଆଯାଇଛି। ଦର୍ଶକମାନେ https://www.youtube.com/@GopabandhunkaSatyabadi ଓ https://www.youtube.com/samajalive ଲିଙ୍କ୍‌ ମାଧ୍ୟମରେ ଏହାର ସିଧା ପ୍ରସାରଣ ଦେଖିପାରିବେ। ଏହି ଅବସରରେ ସତ୍ୟବାଦୀରେ ପ୍ରକାଶିତ ସାରସ୍ବତ ସାଧକଙ୍କର ବ୍ୟଙ୍ଗଚିତ୍ର ପ୍ରଦର୍ଶନ କରାଯିବା ସହ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସଂଖ୍ୟା ଓ ‘ଗୋପବନ୍ଧୁ ସାହିତ୍ୟ ମନ୍ଦିର’ ଦ୍ବାରା ପ୍ରକାଶିତ ‘ସତ୍ୟବାଦୀ ଗଳ୍ପ ସଂକଳନ’, ‘ସତ୍ୟବାଦୀ କବିତା ସଂକଳନ’, ‘ସତ୍ୟବାଦୀ ପ୍ରବନ୍ଧ ସଂକଳନ’, ‘ସତ୍ୟବାଦୀ ଉପନ୍ୟାସ ସଂକଳନ- ଅପହଞ୍ଚ ପରିଧି’ ଉନ୍ମୋଚନ ହେବ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories