www.samajalive.in
Tuesday, December 9, 2025
26.1 C
Bhubaneswar

ବାଲ୍ୟ ବିବାହ ରୋକିବା ଦିଗରେ ସଉରା ଉନ୍ନୟନ ସଂସ୍ଥାର ଅଭିନବ ପ୍ରୟାସ

ଚାନ୍ଦିପୁଟ:ବାଲ୍ୟ ବିବାହ ରୋକିବା ଦିଗରେ ସଉରା ଉନ୍ନୟନ ସଂସ୍ଥାର ଅଭିନବ ପ୍ରୟାସ ଆପଣେଇଛି। ବାଲ୍ୟବିବାହ ରୋକିବା ପାଇଁ ବାଳକ-ବାଳିକାଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି। ସେମାନଙ୍କୁ ଏହି ଆର୍ଥିକ ପ୍ରୋତ୍ସାହନ ରାଶି ବିଳମ୍ବିତ ବିବାହ ପାଇଁ ଯୋଗାଇ ଦିଆଯାଉଛି। ଫଳରେ  ଗୋଟିଏ ବର୍ଷ ରେ ୧୧ଟି  ବାଲ୍ୟବିବାହକୁ ରୋକାଯିବା ସହ ଏହି ଦମ୍ପତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି ଏବଂଏହି ଯୋଜନାର ସଫଳ ରୂପାୟନ କରାଯାଇଛି ବୋଲି ସୂଚନା ଦିଆଯାଇଛି।

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲାର ଚନ୍ଦ୍ରଗିରି ଅଞ୍ଚଳର ୩୨ ଗୋଟି ଆଦିମ ଜନଜାତିଙ୍କ ଜୀବନ ଜୀବିକାର ଉନ୍ନୟନ ପାଇଁ ସଉରା ଉନ୍ନୟନ ସଂସ୍ଥା ଅଧୀନରେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କାର୍ଯ୍ୟକ୍ରମ (ଓପିଇଏଲାଇପି) ୨୦୧୭ରୁ କାର୍ଯ୍ୟକାରୀ ହୋଇଆସୁଛି । ବିଶେଷ କରି ବାଲ୍ୟ ବିବାହ ରୋକିବା ଦିଗରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମସିହାରେ ମୋଟ ୧୧ ଟି ଆଦିମ ଜନଜାତି ବାଳକ-ବାଳିକା ବାଲ୍ୟବିବାହକୁ ରୋକାଯାଇଥିବାବେଳେ ଏହି ଦମ୍ପତିଙ୍କୁ ବିଳମ୍ବିତ ବିବାହ ପାଇଁ ୨୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି।

- Advertisement -

ଚନ୍ଦ୍ରଗିରି ଅଞ୍ଚଳର ଲବାରସିଂ, ସଗଡା, ପାଢୀ ଗାଁ, ଶିକୁଳିପଦର, ବାଁଶୁରୀ, ପେଜପାଣି, କନ୍ଦାଳସାହି ଗ୍ରାମର ଗ୍ରାମ୍ୟ ଉନ୍ନୟନ କମିଟି ମାଧ୍ୟମରେ ଏହି ପ୍ରତ୍ସାହନ ରାଶି ଯୋଗାଇ ଦିଆଯାଇଛି। ଏଥିପାଇଁ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସ୍ବତନ୍ତ୍ର ଅଧିକାରୀ ବନମାଳୀ ଭୁଆଁଙ୍କ ସମେତ ଓପିଇଏଲାଇପି ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରୁ ଆସିଥିବା ମୁରଲିଧର ସାହୁ  ବାଲ୍ୟବିବାହ ବନ୍ଦ କରାଯାଇଥିବା ଦମ୍ପତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସରକାରଙ୍କ ଏହି ଯୋଜନା ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବା ସହ ବାଲ୍ୟ ବିବାହ ମୁକ୍ତ ରୋକିବାରେ ବେଶ ଉପଯୋଗୀ ହୋଇପାରିଛି  ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories