ଶ୍ରୀରାମ ନବମୀରେ ଚଳଚଞ୍ଚଳ ଶ୍ରୀରାମ ମନ୍ଦିର
ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ମନ୍ଦିର ନିକଟସ୍ଥ ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ନବମୀ ଅବସରରେ ଶ୍ରୀରାମମନ୍ଦିର ଚଳଚଞ୍ଚଳ ହୋଇଥିଲା। ଏହି ଅବସରରେ ଦୈନନ୍ଦିନ ଦେଵନୀତି ସହିତ ନୂତନଵସ୍ତ୍ର ଲାଗି ଜନ୍ମବିଧି ଉପଲକ୍ଷେ ପଞ୍ଚ ଉପଚାର, ଯଜ୍ଞ, ଆଳତି ଅନୁଷ୍ଠିତ ହୋଇଥିଲା। ସ୍ବତନ୍ତ୍ର ପୂଜାର୍ଚ୍ଚନା ପଣାଭୋଗ ଓ ସନ୍ଧ୍ୟାରେ ସମବେତ ପ୍ରସାଦ ସେବନ କରାଯାଇଥିଲା। ମନ୍ଦିର ରେ ଉଜ୍ଜ୍ବଳ ଆଲୋକସଜ୍ଜା ସାଙ୍ଗକୁ ନାମ ସଂକୀର୍ତ୍ତନ ପରିବେଷଣ ଭକ୍ତିମୟ ପରିଵେଷଣ ସୃଷ୍ଟି ହୋଇଥିଲା।
ଲୋକମୁଖରୁ ଶୁଣାଯାଏ ଯେ ହାଇଦ୍ରାବାଦ ସହର ଜଣେ ଶ୍ରଦ୍ଧାଳୁ ପରିଵାର ସହ ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଶ୍ରୀରାମଙ୍କୁ ନିଜର ଆରାଧ୍ୟ ଠାକୁର ଭାବରେ ପୂଜା କରୁଥିଲେ। ସେହି ସମୟରେ ସେ ସାକ୍ଷୀଗୋପାଳରେ ଶ୍ରାରାମଙ୍କ ଦର୍ଶନ ପାଇନଥିଲେ। ଏଣୁ ଏଠାରେ ଶ୍ରୀରାମ ମନ୍ଦିର ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତଦନୁଯାୟୀ ସାକ୍ଷୀଗୋପାଳ ମନ୍ଦିର ନିକଟରେ ଏକ ମନ୍ଦିର ନିର୍ମାଣ କରି ମୁଗୁନି ପଥରରେ ନିର୍ମିତ ଶ୍ରାରାମ, ଲକ୍ଷ୍ମଣ ଓ ସୀତା ତିନିମୁର୍ତି ସ୍ଥାପନା କରିଥିଲେ। ପରବର୍ତ୍ତି ସମୟରେ ସାଧୁ ସନ୍ୟାସୀମାନଙ୍କ ବିଶ୍ରାମ ସହିତ ପୂଜାର୍ଚ୍ଚନା ନିମନ୍ତେ ଏଠାରେ ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟତଃ ସାକ୍ଷୀଗୋପାଳ ମନ୍ଦିର ଅନ୍ନ ବ୍ୟଞ୍ଜନ ପୂଜା ନିଷିଦ୍ଧ ରହିଥିଵା ବେଳେ ଶ୍ରୀରାମ ମନ୍ଦିରରେ ଅନ୍ନ ପ୍ରସାଦ ଲାଗି କରାଯିବାର ପରମ୍ପରା ରହିଛି।
Comments are closed.