www.samajalive.in
Sunday, December 14, 2025
19.1 C
Bhubaneswar

ବୁଲା କୁକୁର କାମୁଡାରେ ହରିଣ ମୃତ

ଆଠଗଡ଼: ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଜନଗର ନିକଟରେ ବୁଲାକୁକୁର କାମୁଡାରେ ଏକ ହରିଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ ନିକଟସ୍ଥ ସୁକାଶନ ସଂରକ୍ଷିତ ଜଙ୍ଗଲରୁ ପାଣି ପିଇବା ପାଇଁ ଜନବସତି ମୁହାଁ ହୋଇଥିବା ଉକ୍ତ ୭-୮ବର୍ଷ ବୟସ୍କ ମାଇ ହରିଣଟିକୁ ୪-୫ଟି ବୁଲା କୁକୁର ଗୋଡେଇ ଗୋଡେଇ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ରାଜନଗର ଗ୍ରାମର ପୁଲିସ ବିଭାଗରେ ଚାକିରୀ କରିଥିବା ପ୍ରଦୀପ କୁମାର ଦାଶ ଏବଂ ଅନ୍ୟ କେତେଜଣ ଗ୍ରାମବାସୀ ବୁଲା କୁକୁରଙ୍କ ମୁହଁରୁ ହରିଣଟିକୁ ଉଦ୍ଧାର କରିଥିଲେ। ସେମାନଙ୍କଠାରୁ ଖବର ପାଇ ଆଠଗଡ଼ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ତୁରନ୍ତ ବନପାଳ ସୁଶିଲ କୁମାର ଜେନା ଓ ଅନ୍ୟ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଗୁରୁତର କ୍ଷତାକ୍ତ ହରିଣଟିକୁ ସେମାନେ ପ୍ରାଣୀ ଚିକିତ୍ସାଳୟ ଆଣିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପ୍ରାଣୀ ଚିକିତ୍ସକ ହରିଣଟିର ମୃତଦେହ ବ୍ୟବଚ୍ଛେଦ କରିବା ପରେ ବନବିଭାଗ ପକ୍ଷରୁ ବନଖଣ୍ଡିସ୍ଥିତ ନର୍ସରୀ ପରିସରରେ ପୋତି ଦିଆଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories