www.samajalive.in
Sunday, December 14, 2025
19.1 C
Bhubaneswar

ବୌଦ୍ଧ ଜିଲାରେ ରେକର୍ଡ, ୨ ମାସରେ ୧୦୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ବୌଦ୍ଧ ଜିଲା ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ପ୍ରତିଦିନ ଚଢାଉ କରାଯାଇ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ କରାଯାଉଥିଲେ ମଧ୍ୟ ଏହି ବେଆଇନ କାରବାର ଥମିବାର ନାମ ନେଉନାହିଁ। ଅପରପକ୍ଷେ ଗଞ୍ଜେଇ ମାଫିଆଙ୍କୁ ପରୋକ୍ଷ ସହଯୋଗ ଯୋଗାଇ ମାଲେମାଲ ହୋଇଥିବା କିଛି ପୁଲିସ ଅଧିକାରୀ ଓ କର୍ମଚାରୀ ଦୀର୍ଘଦିନ ହେଲା ଗୋଟିଏ ଥାନା କିମ୍ବା ଫାଣ୍ଡିରେ ରହିବା ଏହି କାରବାରକୁ ଅଧିକ ସୁହାଉଥିବା ଆଲୋଚନା ହେଉଅଛି।

ପୂର୍ବତନ ଏସପି ନିୟମିତ ଭାବରେ ଗଞ୍ଜେଇ କାରବାର ଉପରେ ଚଢାଉ ଆରମ୍ଭ କରିଥିଲେ। ବିପୁଳ ଭାବରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ସରକାରୀ ଭାବରେ ରେକର୍ଡ କରାଯାଇଛି। କିନ୍ତୁ ଜିଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଯୁବ ଆଇପିଏସ ଅଧିକାରୀ ରାଜ ପ୍ରସାଦ ଯୋଗଦେବା ପରେ ପୁଲିସ ପକ୍ଷରୁ ବ୍ୟାପକ ଓ ବିପୁଳ ମାତ୍ରାରେ ଗଂଜେଇ ଧରାପଡିବା ଗଞ୍ଜେଇ ଚାଷ ନଷ୍ଟ ଅଭିଯୋନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁଇମାସ ମଧ୍ୟରେ ଜିଲା ପୁଲିସ ପାଖାପାଖି ୧୦୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିବା ଜିଲା ପାଇଁ ଏକ ନୂଆ ରେକର୍ଡ। ଜିଲାରୁ ପ୍ରତିଦିନ ଗଞ୍ଜେଇ ବାହାରକୁ ଚାଲାଣ ହେଉଥିବାବେଳେ ପୁଲିସ ହାତରେ ଧରାପଡୁଥିଲେ ମଧ୍ୟ ବେପାରି ମାନେ ଏହାକୁ ଆଦୌ ଖାତିର କରୁନାହାନ୍ତି।

- Advertisement -

ବୌଦ୍ଧ ପୁଲିସ ବରପଦର ଗାଁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଥିବା ଜଣାପଡିଛି। ଏନେଇ ପୁଲିସ ପକ୍ଷରୁ ଥାନା କେସ ନଂ ୧୫୫/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ପୁଲିସ ଅଭିଯୁକ୍ତ ମାନଙ୍କ ଟେର ପାଇପାରିନାହିଁ। ତେବେ ଲଗାତାର ଭାବରେ ଏହିଭଳି ଚଢାଉ ଜାରି ରହିଲେ ଗଞ୍ଜେଇ ମାଫିଆମାନଙ୍କ ମଧ୍ୟରେ ହତାଶ ଭାବ ସୃଷ୍ଟି ହେବ ଏବଂ ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲାଗି ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି।

 

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories