www.samajalive.in
Wednesday, December 10, 2025
26.1 C
Bhubaneswar

୨ମାସ ହେବ ଅଙ୍ଗନୱାଡି କେନ୍ଦ୍ରରେ ପଡ଼ିଛି ତାଲା

କୋକସରା: ମୋ’ ବାପା ଚୁକ୍ତି ନାମାରେ ଜମି ଦେଇଥିଲେ, ତେଣୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରିଛନ୍ତି। ସେଠାରେ ମୁଁ ଅଙ୍ଗନବାଡ଼ି କର୍ମୀ ରହିଥିଲି, ଆଉ ଏବେ ଅବସର ନେଲାପରେ ମୁଁ ଚଲିବା କଷ୍ଟ ହୋଇ ପଡ଼ିଛି। ଏମିତି କିଛି ଗାଁ ଲୋକଙ୍କ ଆଗରେ କହି ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ ହେବ ଜାଗା ଛାଡିବି ନାହିଁ ବୋଲି ଅଙ୍ଗନବାଡ଼ି କେନ୍ଦ୍ରକୁ ତାଲା ପକାଇ ଦେଇଛନ୍ତି ଅବସରପ୍ରାପ୍ତ ଅଙ୍ଗନବାଡ଼ି କର୍ମୀ। କଳାହାଣ୍ଡି ଜିଲ୍ଲା କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ବଡ଼ପୋଡ଼ାଗୁଡ଼ା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର (୨) ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ଏଠାରେ ଥିବା ପୁର୍ବତନ ଅଙ୍ଗନବାଡ଼ି କର୍ମୀ ପ୍ରମିଳା ପୁଝାରୀ ଚାକିରିରୁ ଅବସର ନେବା ପର ଠାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ତାଲା ପକାଇ ରଖିଛନ୍ତି। ଦୀର୍ଘ ୨ମାସ ହେବ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଛି। ଫଳରେ କୋମଳମତି ଶିଶୁ ଓ ପ୍ରସୂତି ମହିଳାଙ୍କ ଉପରେ ସିଧା ସଳଖ ପ୍ରଭାବ ପଡିଛି। ପୁର୍ବତନ ଅଙ୍ଗନବାଡ଼ି କର୍ମୀ ଜୋର ଜବରଦସ୍ତ କେନ୍ଦ୍ରରେ ତାଲା ପକାଇ ରଖିବାବେଳେ ଏହାକୁ ନେଇ ଗାଁରେ ଏକ ବୈଠକ ବସିଥିଲା। ସେଠାରେ ପୁର୍ବତନ ଅଙ୍ଗନବାଡ଼ି କର୍ମୀ ଜଣକ ମୋ ବାପା ଚୁକ୍ତି ସହ ପଞ୍ଜୀକରଣ କରିଥିଲେ। ହେଲେ ମୁଁ ଅଙ୍ଗନବାଡ଼ି କର୍ମୀରୁ ଅବସର ନେଲା ପରେ ଚଳିବା କଷ୍ଟ ହେବ ବୋଲି ମୋ ପୈତୃକ ଦେଇ ଥିବା ଜାଗା କୁ ଛାଡ଼ିବି ନାହିଁ, ତେଣୁ ତାଲା ପକାଇଛି ବୋଲି କହିଥିବା ଜଣାପଡିଛି। ଏନେଇ ଗ୍ରାମବାସୀମାନେ କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି।

- Advertisement -

କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରି ସରୋଜ ଲତା ଦେଈ କହିଛନ୍ତି ଯେ କେନ୍ଦ୍ରରେ ତାଲା ପକାଇ ଦେଇଥିବା ଅଭିଯୋଗ ଆସିଛି, ଆମେ ତଦନ୍ତ କରିବା ପାଇଁ ଗଲା ପରେ ଜଣାପଡ଼ିବ ବୋଲି କହିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories