www.samajalive.in
Thursday, December 11, 2025
27.1 C
Bhubaneswar

ବୌଦ୍ଧ ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ମିଳିବ ସିଟିସ୍କାନ ସୁବିଧା

ବୌଦ୍ଧ: ବୌଦ୍ଧ ଜିଲା ରୋଗୀ କଲ୍ୟାଣ ସମିତିର ସଦସ୍ୟମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ଉପଜିଲାପାଳ ରବୀନ୍ଦ୍ରନାଥ କହଁରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ମୁଖ୍ୟ ଚିକିତ୍ସାଳୟ ସହିତ, କୋଭିଡ କେୟାର ସେଣ୍ଟର, ଅକ୍ସିଜେନ ପ୍ଳାଣ୍ଟଓ ପୁରୁଣାଜେଲ ପରିସରରେ ଚାଲୁଥିବା ନୂତନ ଡାକ୍ତରଖାନାର ଆଇସିୟୁ ବ୍ୟବସ୍ଥା ଆଦି ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଚାଲୁଥିବା ଚକ୍ଷୁ ଚିକିତ୍ସା ବିଭାଗ କୋଠା ମରାମତି କାର୍ଯ୍ୟ ତୁରନ୍ତ ସମାପନ ,ବର୍ଷାାଦିନ ଆସୁଥିବାରୁ ଚିକିତ୍ସାଳୟ ମଧ୍ୟରେ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା,ରୋଗୀମାନଙ୍କ ପାଇଁ ପାନୀୟ ଜଳ,ଖାଦ୍ୟ, ମୁଖ୍ୟ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା, ନିରାମୟ ଯୋଜନାର ସମୀକ୍ଷା କରିଥିଲେ।

ଏହି ଅବସରରେ ପ୍ରତିନିଧି ମଣ୍ଡଳୀ ସଦସ୍ୟମାନେ ସିଧାସଳଖ ରୋଗୀମାନଙ୍କ ସହିତ ଆଲୋଚନା କରି ସମସ୍ୟା ସଂପର୍କରେ ବୁଝିଥିଲେ। ମୁଖ୍ୟଚିକିତ୍ସାଳୟ ମଧ୍ୟରେ ସିଟିସ୍କାନ ସୁବିଧା ଉପଲବ୍ଧ କରାଇବାକୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ପ୍ରତିନିଧି ମଣ୍ଡଳୀ ଅନୁଧ୍ୟାନ କରିବା ସହିତ ଦୁଇମାସ ମଧ୍ୟରେ ସିଟିସ୍କାନ ସୁବିଧା ରୋଗୀଙ୍କୁ ଯୋଗାଇଦେବାକୁ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟିରେ ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର ,ପୁର୍ତବିଭାଗ ସହକାରୀ ଯନ୍ତ୍ରୀ, ଏନଏସି କାର୍ଯ୍ୟ ନିବାହୀ ଅଧିକାରୀ ମନରଂନ ପଣ୍ଡା ଓ ହସପିଟାଲ ମ୍ୟାନେଜର ପ୍ରମୁଖ ସାମିଲ ଥିଲେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories