ନୂଆଦିଲ୍ଲୀ : ସାଂସଦ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ସୋମବାର ନିର୍ଦେଶ ଦିଆଯାଇଛି। ନିର୍ଦେଶ ଅନୁଯାୟୀ ଦିଲ୍ଲୀର ୧୨ ତୋଗଲୋକ ଲେନ୍ରେ ରାହୁଲଙ୍କୁ ଦିଆଯାଇଥିବା ସରକାରୀ ବାସଭବନକୁ ଏପ୍ରିଲ ୨୨ ତାରିଖ ସୁଦ୍ଧା ଖାଲି କରିବାକୁ କୁହାଯାଇଛି। ୨୦୦୪ରୁ ରାହୁଲ ଏହି ବାସଭବନରେ ରହିଆସୁଛନ୍ତି। ଗତ ସପ୍ତାହରେ ରାହୁଲ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇବର୍ଷ କାରାଦଣ୍ଡାଦେଶ ପାଇବା ପରେ ତାଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା। ସାଂସଦ ପଦ ରଦ୍ଦ ପରେ ତାଙ୍କୁ ସରକାରୀ ଘର ଖାଲି କରିବାକୁ କୁହାଯାଇଛି।
Popular Categories



