www.samajalive.in
Monday, December 15, 2025
16.1 C
Bhubaneswar

ମଙ୍ଗୋଲୀୟ ବାଳକ ହେଲେ ତୃତୀୟ ଲାମା

ଧର୍ମଶାଳା : ବୌଦ୍ଧ ଧର୍ମର ସର୍ବୋଚ୍ଚ ଗୁରୁ ଦଳାଇ ଲାମା ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମିତ ଓ ପରିବର୍ଦ୍ଧିତ ମଙ୍ଗୋଲୀୟ ବାଳକଙ୍କୁ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ତୃତୀୟ ସର୍ବୋଚ୍ଚ ଲାମା ତଥା ଦଶମ ‘ଖାଲ୍‌କା ଜେଷ୍ଟନ ଢାମ୍ପା ରିନ୍‌ପୋଚେ’ ଭାବେ ନିଯୁକ୍ତି ଦେଇଛନ୍ତି । ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ଏକ ଉତ୍ସବରେ ଏହି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ଉତ୍ସବରେ ବୌଦ୍ଧ ଧର୍ମର ଅନ୍ୟ ଗୁରୁ ତଥା ନେତାମାନେ ଉପସ୍ଥିତ ଥିଲେ। ନୂତନ ଲାମାଙ୍କର ଆଉ ଜଣେ ଯାଆଁଳା ଭାଇ ଥିବାବେଳେ ବାପା ଜଣେ ବିଶ୍ବବିଦ୍ୟାଳୟ ପ୍ରାଧ୍ୟାପକ। ତାଙ୍କ ଜେଜେ ବାପା ମଙ୍ଗୋଲିଆ ସଂସଦର ସଦସ୍ୟ ଥିଲେ। ଏହି ନିଯୁକ୍ତି ନେଇ ଚୀନ୍‌ ବିରକ୍ତି ପ୍ରକାଶ କରିଛି; କାରଣ ଚୀନ୍‌ ସରକାର କେବଳ ତାଙ୍କର ଲାମା ନିଯୁକ୍ତି ଓ ବୌଦ୍ଧ ଧର୍ମର ନେତାଙ୍କୁ ସ୍ବୀକୃତି ଦେବାର ଅଧିକାର ରହିଥିବା ଦାବି କରିଆସୁଛନ୍ତି। ଏଥିସହିତ ଏକଚାଟିଆ ଭାବେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ସ୍ଥିର କରାଯାଇଥିବା କୁହାଯାଉଛି ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories