ମଙ୍ଗଳବାର ରାଶିଫଳ (୨୮.୦୩.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By Samaja Digital (AH) Last updated Mar 28, 2023 Share ମେଷ : ଆର୍ଥିକ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ କରି ଶାନ୍ତି ଲାଭ କରିବେ। ସରକାରୀ ସ୍ତରରୁ ଲାଭ ମିଳିବ। ଶୁଭ ଅଙ୍କ ୯, ଶୁଭ ରଙ୍ଗ ଲାଲ। ବୃଷ : ଧନବାନ୍ ହେବେ। ତ୍ୟାଗଶୀଳ ଓ ମତିଜ୍ଞ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସୁଖୀ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ଅର୍ଜନ କରିବେ। ବିବିଧ ଧନଯୁକ୍ତ ହେବେ। ସହିଷ୍ଣୁ ହେବେ। ଶୁଭ ଅଙ୍କ ୨, ଶୁଭ ରଙ୍ଗ ଧଳା। ମିଥୁନ : ଆୟ ଆଶାନୁରୂପ ହେବ। ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭ ଅଙ୍କ ୫, ଶୁଭ ରଙ୍ଗ ଶାଗୁଆ। କର୍କଟ : ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଯେତେ ବାଧାବିଘ୍ନ ଉପୁଜିଲେ ବି ନିର୍ଭୟରେ କାର୍ଯ୍ୟ କରିବେ। ମଧୁର କଥାରେ ପରକୁ ଆପଣାର କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଶୁଭ ଅଙ୍କ ୨, ଶୁଭ ରଙ୍ଗ ଧଳା। ସିଂହ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଆର୍ଥିକ ଅନୁଦାନ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭ ଅଙ୍କ ୧, ଶୁଭ ରଙ୍ଗ ଗୋଲାପି। କନ୍ୟା : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭ ଅଙ୍କ ୫, ଶୁଭ ରଙ୍ଗ ସବୁଜ। Related Posts ଏହି କାରଣରୁ ଭଗବାନଙ୍କୁ ବିଶ୍ୱାସ କରୁ ନଥିବା… Jun 9, 2023 ଜଳରେ ଖାଦ୍ୟ ଉତ୍ପାଦନ ପ୍ରଣାଳୀ ଉପରେ ଜ୍ଞାନ… Jun 9, 2023 ତୁଳା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଶୁଭ ଅଙ୍କ ୬, ଶୁଭ ରଙ୍ଗ ଧଳା। ବିଛା : କର୍ମ ଚଞ୍ଚଳ ରହିଲେ ବି ବାଟରେ ଝୁଣ୍ଟି ପଡ଼ିବାର ସମ୍ଭାବନା ଅଛି। କାର୍ଯ୍ୟ ଭାର ସମ୍ଭାଳି ପ୍ରଶଂସାର ପାତ୍ର ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। ଶୁଭ ଅଙ୍କ ୯, ଶୁଭ ରଙ୍ଗ ଲାଲ। ଧନୁ : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଶୁଭ ଅଙ୍କ ୩, ଶୁଭ ରଙ୍ଗ ହଳଦୀ। ମକର : ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ସୁସମ୍ବାଦ ପାଇ ଖୁସି ବ୍ୟକ୍ତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭ ଅଙ୍କ ୪ ଓ ଶୁଭ ରଙ୍ଗ କଳା। କୁମ୍ଭ : ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ମିଳିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଶୁଭ ଅଙ୍କ ୮, ଶୁଭ ରଙ୍ଗ କଳା ବା ଗାଢ଼ ନୀଳ। ମୀନ : କଠିନ ପରିଶ୍ରମର ସମ୍ମୁଖୀନ ହେବେ। ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କର୍ମ ଲାଭଦାୟକ ହେବ। ଶୁଭ ଅଙ୍କ ୩ ଓ ଶୁଭ ରଙ୍ଗ ହଳଦୀ। Share FacebookTwitterWhatsApp
Comments are closed.