www.samajalive.in
Sunday, December 14, 2025
26.1 C
Bhubaneswar

ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ ଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ

ବଡ଼ମ୍ବା  : ସଂସ୍କୃତି ସଂଗଠକ, ପ୍ରବୀଣ ସାହିତ୍ୟିକ, ବାଗ୍ମୀ ତଥା ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ମୃତିପରିଷଦ ଆନୁକୂଲ୍ୟରେ ବଡ଼ମ୍ବା ରାଜବିଶ୍ୱମ୍ଭର କ୍ଲବରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମା ପ୍ରତି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଜଣେ ବିଦଗ୍ଧ ସାହିତ୍ୟ ସ୍ରଷ୍ଟା, ସଂସ୍କୃତି ସଂଗଠକ, ବାଗ୍ମୀ ଏବଂ ଦକ୍ଷ ଆଇନଜୀବୀ ଭାବେ ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ। ସ୍ୱର୍ଗତ ମିଶ୍ର ବଡ଼ମ୍ବା କାହିଁକି ନରସିଂହପୁର, ଆଠଗଡ଼, ବାଙ୍କୀ, ଖଣ୍ଡପଡ଼ା ପାଇଁ ଚିରସ୍ମରଣୀୟ ରହିବେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ ପୂର୍ବକ ଅତିଥିମାନେ ମତପୋଷଣ କରିଥିଲେ।

ସ୍ମୃତିପରିଷଦର ଉପଦେଷ୍ଟା ଅଧ୍ୟାପକ ଶାରଦାନନ୍ଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବଡ଼ମ୍ବା ମୋହନ ସୁବୁଦ୍ଧି କଲେଜର ପୂର୍ବତନ ଅଧ୍ୟକ୍ଷ କୁମାରେଶ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିକଚ ସାହିତ୍ୟ ସଂସଦର ସଭାପତି ଦୁର୍ଯ୍ୟୋଧନ ବରାଳ ମୁଖ୍ୟବକ୍ତା ଏବଂ ବାଙ୍କୀ ସମ୍ପର୍କ ସାହିତ୍ୟ ସଂସଦର ପ୍ରତିଷ୍ଠାତା ରବିନାରାୟଣ ମଙ୍ଗରାଜ ସମ୍ମାନିତ ବକ୍ତା ତଥା ସାଂସଦ ପ୍ରତିନିଧି ଦିପକ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଏହି ସଭାରେ ଯୋଗଦେଇଥିଲେ। ପ୍ରବୀଣ ରାଜନୀତିଜ୍ଞ କାଳନ୍ଦିଚନ୍ଦ୍ର ମିଶ୍ର, ନରସିଂହପୁର କଳିଙ୍ଗ ସ୍ୱେଛାସେବୀ ସଂଘର ସଭାପତି ମନମୋହନ ରାଉତ, ଶିକ୍ଷକ କୃଷ୍ଣଚରଣ ରାଉତ ପ୍ରମୁଖ ଆମନ୍ତ୍ରିତ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ କର୍ମମୟ ଜୀବନ ଓ ରଚନା ସମୁହର ସ୍ମୃତିଚାରଣ କରିଥିଲେ। ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ଗିରିଜା ପ୍ରସାଦ ମିଶ୍ର, ସାମାଜିକ କର୍ମୀ ହୃଷିକେଶ ମହାନ୍ତି, ଗୋବିନ୍ଦଚନ୍ଦ୍ର ସିଂହସାମନ୍ତ, ଗୋବର୍ଦ୍ଧନ ମହାରଣା, ନାରାୟଣ ମିଶ୍ର ପ୍ରମୁଖ ସଭା ପରିଚାଳନା କରିଥିଲେ । ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିରକ୍ଷା ଲାଗି ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅଧିକରୁ ଅଧିକ ପଦକ୍ଷେପ ନିଆଯିବ ବୋଲି କାର୍ଯ୍ୟକ୍ରମ ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ ସ୍ମୃତି ପରିଷଦର ଆବାହକ ତଥା ସ୍ୱର୍ଗତ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ଅମ୍ବିକା ପ୍ରସାଦ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories