www.samajalive.in
Sunday, December 14, 2025
23.1 C
Bhubaneswar

ଜାନକୀ ବାବୁଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଚୌଦ୍ୱାର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦ ଆନୁକୁଲ୍ୟରେ ସଂସଦ ସଭାପତି ସମାଜସେବୀ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ସ୍ଥାନୀୟ ଶିଶୁ ସଦନରେ ଆୟୋଜିତ ଏହି ବୈଠକରେ ସମ୍ପାଦକ କୈଳାସ ଚନ୍ଦ୍ର ସାହାଣୀ ବିବରଣୀ ପ୍ରଦାନ କରିବା ସହିତ ଆସନ୍ତା ଅପ୍ରେଲ ମାସ ୨୧ ତାରିଖ ଦିନ ଜାନକୀ ବାବୁଙ୍କ ଶ୍ରାଦ୍ଧୋତ୍ସବ ପାଳନ କରାଯିବା ଓ ଏଥିପାଇଁ ବିଭିନ୍ନ ଆୟୋଜନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ପ୍ରଦାନ ପାଇଁ ସାହିତ୍ୟ, ସାମ୍ବାଦିକତା, ସମାଜସେବା ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଚୟନ ଓ ଉତ୍ସବ ପାଇଁ ଅତିଥି ଚୟନ ପାଇଁ ଏକ କମିଟି ଗଠନ କରା ଯାଇଥିଲା । ଶରତ ଚନ୍ଦ୍ର ଖୁଣ୍ଟିଆ, ସୁକାନ୍ତ କୁମାର ମହାନ୍ତି , ବୈରାଗୀ ଚରଣ ପ୍ରଧାନ, ବିଜୟ କୁମାର ବେହେରା, ବିଶ୍ୱ କଲ୍ୟାଣ ଦାସ, ଶରତ ଚନ୍ଦ୍ର ସ୍ୱାଇଁ, ଦିବ୍ୟଜ୍ୟୋତି ପାଣି, ପ୍ରେମଚାନ୍ଦ ନାୟକ, ଧୀରେନ୍ଦ୍ର ଚୌଧୁରୀ, ହରିହର ପରିଡ଼ା, ସୁବାସ ସୁବୁଦ୍ଧିରାୟ, ଅଜୟ କୁମାର ଦାସଙ୍କ ସମେତ ସ୍ଥାନୀୟ ବହୁ ବରିଷ୍ଠ ନାଗରିକ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପଞ୍ଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories