www.samajalive.in
Sunday, December 14, 2025
26.1 C
Bhubaneswar

ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ଚୌଦ୍ୱାର : ମଙ୍ଗରାଜପୁର ପଞ୍ଚାୟତସ୍ଥିତ କଲ୍ୟାଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଦିବ୍ୟଜ୍ୟୋତି ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଶିଶୁ ମାନଙ୍କୁ ସୁନାଗରିକ ଭାବେ ଗଢ଼ିତୋଳିବା ପାଇଁ ଶିକ୍ଷକ ଓ ଅଭିଭାବକମାନେ ଆନ୍ତରିକ ପ୍ରୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷା ବିକାଶ ସମିତିର ସଂପାଦକ ମହେନ୍ଦ୍ର କୁମାର ଘଡ଼େଇ ,ସରପଞ୍ଚ ଦେବେନ୍ଦ୍ର ନାଥ ପାଣ୍ଡବ, ପ୍ରମୋଦିନୀ ଖୁଣ୍ଟିଆ, କଲ୍ୟାଣୀ ରାଉତ, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ୍ ପ୍ରଧାନ ପ୍ରମୁଖ ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରବୋଧ ଚନ୍ଦ୍ର ତ୍ରିପାଠୀ ଓ ଯୁବ ଶିଳ୍ପୋଦ୍ୟୋଗୀ ହେମନ୍ତ କୁମାର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ସଂପାଦକ ଦେବଜିତ୍ ପ୍ରସାଦ ସିଂହଦେଓ ସ୍ୱାଗତ ଭାଷଣ ଓ ପ୍ରଧାନ ଆଚାର୍ଯ୍ୟା ଅନିତା ସାହୁ ବିବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଉପଦେଷ୍ଟା ଜୟନ୍ତ କୁମାର ପାତ୍ର, ବିନୋଦ କୁମାର ବରାଳ, ସଞ୍ଜୟ କୁମାର ପରିଡ଼ା, ଅର୍ଜୁନୀ ବେହେରା, ସହ ପ୍ରଧାନଆଚାର୍ଯ୍ୟ ରମାକାନ୍ତ ଓଝାଙ୍କ ସାମତ ଗୁରୁଜୀ ଓ ଗୁରୁମା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ମୋହନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories