www.samajalive.in
Sunday, December 14, 2025
19.1 C
Bhubaneswar

ଶାଶୁ ହାତ୍ୟାକାରୀ ଜ୍ୱାଇଁକୁ ୭ବର୍ଷ ଜେଲ

କେନ୍ଦୁଝରଗଡ଼ : ଘରୋଇ ବଚସାକୁ କେନ୍ଦ୍ର କରି ଶାଶୁକୁ ତଣ୍ଟିଚିପି ହତ୍ୟା କରିବା ଅଭିଯୋଗରେ ସୋମବାର କେନ୍ଦୁଝର ଜିଲା ଓ ଦୌରାଜଜ୍‌‌  ଅଭିଯୁକ୍ତ ଜ୍ୱାଇଁକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଗାଁ ଥାନା ଖୁଦପୁଟୁଳି ଗ୍ରାମର ଜଗା ଓରଫ ଜଗନ୍ନାଥ ମୁଣ୍ଡା (୩୭) ସ୍ତ୍ରୀ ଓ ୪ ପିଲାଙ୍କ  ସହ ଶ୍ୱଶୁର ଘର ମନୋହରପୁରରେ ରହୁଥିଲା । ଶ୍ୱଶୁର ଘର ଲୋକଙ୍କ ସହ ମତପାର୍ଥକ୍ୟ ହେବାରୁ ଜଗା ଶ୍ୱଶୁର ଘରୁ ବାହାରି ଆସି ବାହାରେ ରହି ଆସୁଥିଲା। ୩୧ ଜୁଲାଇ ୨୦୧୮ ବିଳମ୍ବିତ ରାତି ପ୍ରାୟ ୨ଟାରେ ଜଗା ଶ୍ୱଶୁର ଘରେ ପହଞ୍ଚି କବାଟ ବାଡେଇବାରୁ ସ୍ତ୍ରୀ ଋକ୍ମିଣୀ କବାଟ ଖୋଲିଥିଲା। ଏହାଜାଣି ଶାଶୁ ନାଙ୍ଗୀ ମୁଣ୍ଡା ଜ୍ୱାଇଁ ଜଗାର ଘର ପ୍ରବେଶକୁ ବିରୋଧ କରିବାରୁ ଜଗା ଉତ୍‌‌କ୍ଷିପ୍ତ ହୋଇ ଶାଶୁ ନାଙ୍ଗୀଙ୍କୁ ତଣ୍ଟିଚିପି ଘଟଣାସ୍ଥଳରେ ହତ୍ୟା କରି ଫେରାର ହୋଇଯାଇଥିଲା।

ଘଟଣା ସମ୍ପର୍କରେ ଋକ୍ମିଣୀ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଫେରାର ଅଭିଯୁକ୍ତ ଜଗାକୁ ୨ ଅଗଷ୍ଟ ୨୦୧୮ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୋମବାର ମାମଲାର ଚୂଡାନ୍ତ ଶୁଣାଣୀ କରି ମୋଟ ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କେନ୍ଦୁଝର ଜିଲା ଓ ଦୌରାଜଜ୍‌‌  ଚିତ୍ତରଞ୍ଜନ ମହାପାତ୍ର ଅଭିଯୁକ୍ତ ଜଗାକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ କରିଛନ୍ତି । ଏଥିସହ ଜୋରିମାନା ଅର୍ଥକୁ ମୃତ ନାଙ୍ଗୀଙ୍କ ଉତ୍ତରାଧିକାରୀଙ୍କୁ ପ୍ରଦାନ ସହ ପୀଡିତା କ୍ଷତିପୂରଣ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପକ୍ଷରୁ ପବ୍ଲିକ୍‌‌ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ମୋକଦ୍ଦମା ପରିଚାଳନା କରୁଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories