www.samajalive.in
Sunday, December 14, 2025
17.1 C
Bhubaneswar

ଖବର ପ୍ରସାରଣ ପରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସୂଚନା ଫଳକ ନିର୍ମାଣ

ବେଗୁନିଆ: ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତର ମଲ୍ଲୀପଦର ଗ୍ରାମ ସମେତ କଣ୍ଟାବାଡ଼ ଜେମାବନ୍ତଦେଇପୁର, ତଣ୍ଡାଳ, କାଚେରା, ମୁକୁନ୍ଦପୁର ଓ କେନ୍ଦୁପଲ୍ଲୀରେ ବନ୍ଧ, ପୋଖରୀ ଓ ଡ୍ରେନ ଆଦି ପ୍ରାୟ ୨ କୋଟି ଟଙ୍କାର କାର୍ଯ୍ୟମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କରାଯାଉଛି। ଏହି ସବୁ କାର୍ଯ୍ୟରେ ବ୍ୟାପକ ଅନିୟମିତତା, ବିନା ପଲ୍ଲୀ ସଭାରେ କମିଟି ଗଠନ କରିବା ଓ କାର୍ଯ୍ୟ ଶେଷ ହେବାକୁ ଯାଉଥିବା ବେଳେ ସୂଚନା ଫଳକ ନ ଲଗାଇ ଲୋକମାନଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ କରାଯାଉଥିବାରୁ ସ୍ଥାନୀୟ ଗ୍ରାମବାସୀ ବିଦ୍ୟାଧର ମହାରଣା, ଶିଶିର କୁମାର ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ମହାନ୍ତି ଓ ମାଗୁଣି ସାମନ୍ତରାୟ ପ୍ରମୁଖଙ୍କ ସହିତ ଗ୍ରାମବାସୀ ମାନେ ୫-ଟି ସଚିବ ଓ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ।ଏଥିରେ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିବାକୁ କହିଥିବା ବେଳେ ସରପଞ୍ଚ ବିଳାସ ବେହେରା ଓ ସମିତି ସଭ୍ୟ ମାମା ଦେଉରୀ, ପ୍ରଶାନ୍ତ ବେହେରା, ଦିବାକର ପଣ୍ଡା ପ୍ରମୁଖ ୫ଟି ସଚିବ, ଜିଲ୍ଲାପାଳ ଓ ବିଭାଗୀୟ ସଚିବଙ୍କୁ ଏହା ଏକ ଭିତିହୀନ ଓ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ କରାଯାଇଛି ବୋଲି ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଦୈନିକ ଖବରକାଗଜ ‘ସମାଜ’ରେ ଗତ ୧୪ ତାରିଖରେ ‘ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟରେ ଅନିୟମିତତା ଅଭିଯୋଗ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories