ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଟାଙ୍ଗରପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମକଡ୍ରିଲ କରାଯାଇଛି। ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଅଗ୍ନିଶମ କର୍ମଚାରୀ ମାନେ ନିଆଁ ଲାଗିଲେ ଲିଭାଇବାର କୌଶଳ, ଉଦ୍ଧାର କାର୍ଯ୍ୟ, ଅଗ୍ନି ଦୁର୍ଘଟଣାରୁ ରକ୍ଷା କୌଶଳ, ଉଚ୍ଚ ଅଟ୍ଟାଳିକାରୁ ପୀଡ଼ିତଙ୍କୁ ଉଦ୍ଧାର କାର୍ଯ୍ୟ, ଅଂଶୁଘାତ ଆକ୍ରାନ୍ତକୁ କିପରି ଜୀବନ ରକ୍ଷା କରିବେ, ନିଆଁ ନଲାଗିବା ସତର୍କତା ଆଦି ସମ୍ପର୍କରେ ମକଡ୍ରିଲ ପ୍ରଦର୍ଶନ କରିଥିଲେ। ଏହା ସହ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଲେ କିଭଳି ନିଆଁକୁ ଲିଭାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ। ସେହିପରି ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର କିଭଳି ବ୍ୟବହାର କରିବେ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶନଗତ ଶିକ୍ଷା ପ୍ରଦାନ କରିଥିଲେ।
Popular Categories



