www.samajalive.in
Sunday, December 14, 2025
23.1 C
Bhubaneswar

ତାରିଣୀଙ୍କ ସହ ରାଣୀ ଶବ୍ଦକୁ ବିରୋଧ

ପାଟଣା: ଗୀତିକାର ହୁଅନ୍ତୁ ବା କଣ୍ଠଶିଳ୍ପୀ ମାନଙ୍କ କଣ୍ଠରେ ଘଟଗାଁ ବାସିନୀ ମା ତାରିଣୀଙ୍କ ଭଜନ ପରିବେଷଣ ସମୟରେ କେତେକ ଭଜନରେ ମା ତାରିଣୀଙ୍କୁ ଘଟଗାଁ ରାଣୀ ବୋଲି ଯାହା ଉଲ୍ଲେଖ କରାଯାଉଛି ତାହା ଅତ୍ୟନ୍ତ ଅଶୋଭନୀୟ ଓ ସଚେତନ ଶ୍ରୋତାଙ୍କ ପାଇଁ ମଧ୍ୟ ଏହା ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜିବୀ ମାନେ ମତ ରଖିଛନ୍ତି। କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ କୌଣସି ସ୍ଥାନରେ ଦେବୀଙ୍କ ଉପରେ ଆଧାରିତ ଭଜନ ବା ଜଣାଣରେ ରାଣୀ ଶବ୍ଦର ବ୍ୟବହାର ହେଉନଥିବା ବେଳେ ଓଡ଼ିଶାର ଗୀତିକାର ଓ କଣ୍ଠଶିଳ୍ପୀ ତାରିଣୀଙ୍କୁ ତାଙ୍କ ଭଜନରେ ଘଟଗାଁ ରାଣୀ ମା ତାରିଣୀ, ତାରିଣୀ ନଡିଆ ରାଣୀ ନାମରେ ସମ୍ବୋଧନ କରିବା ଅଶୋଭନୀୟ ଓ ହୀନମନ୍ୟତାର ପରିଚୟ ବୋଲି କୁହାଯାଉଛି। ରାଣୀ ଶବ୍ଦ କେବଳ ମଣିଷ ସମାଜ ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ ଦେବୀ ମା’ଙ୍କୁ ରାଣୀ ସଜାଇବା ଶୋଭନୀୟ ମନେ କରାଯାଉନଥିବାରୁ ଏଭଳି ସଙ୍ଗୀତ ଗୁଡ଼ିକୁ ମା’ ତାରିଣୀଙ୍କ ଅଗଣିତ ଭକ୍ତ ସମାଜ ବର୍ଜନ କରିବା ପାଇଁ ପରାମର୍ଶ ଦିଆଯିବା ସହ ଫେସବୁକ୍ ଓ ହ୍ୱାଟସ୍ ଆପ ବ୍ୟବହାରକାରୀ ମାନେ ମଧ୍ୟ ମା’ ତାରିଣୀଙ୍କ ଫଟୋ ପୋଷ୍ଟ କରିବା ସମୟରେ ମା’ ତାରିଣୀଙ୍କୁ ଘଟଗାଁ ରାଣୀ ଉଲ୍ଲେଖ ନକରି ଘଟଗାଁ ବାସିନୀ ମା’ ତାରିଣୀ ବୋଲି ଲେଖିବାକୁ ବୁଦ୍ଧିଜିବୀ ମାନେ ପରାମର୍ଶ ଦେଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories