ଭୁବନେଶ୍ବର : ପ୍ରଫେସର ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନ ୨୦୨୦ର ସେକ୍ସନ ୬ର ସବ୍ ସେକ୍ସନ(୭)ର ସବ୍ ସେକ୍ସନ(୧) ଅନୁଯାୟୀ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଦତ୍ତ୍ବେଶ୍ବର ହୋତାଙ୍କୁ ନିଯୁକ୍ତି ଦିଆଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଛି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଦତ୍ତ୍ବେଶ୍ବର ହୋତାଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଫେସର ହୋତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ତତ୍କାଳ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ କିମ୍ବା ଏ ସଂକ୍ରାନ୍ତରେ ପରବର୍ତ୍ତି ନିର୍ଦେଶ ପ୍ରକାଶ ପର୍ଯ୍ୟନ୍ତ ସେ କୁଳପତି ଭାବେ କାର୍ଯ୍ୟ ସମ୍ପାଦନ କରିପାରିବେ। ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ଡା. ଦତ୍ତେଶ୍ବର ହୋତାଙ୍କ ଭଲ ଅଭିଜ୍ଞତା ରହିଛି। ପ୍ରଫେସର ହୋତା ଏହା ପୂର୍ବରୁ କଟକ ଏସସିବି ମେଡିକାଲ କଲେଜର ଡିନ୍ ଭାବେ କାର୍ଯ୍ୟକରିସାରିଛନ୍ତି।
ପ୍ରଫେସର ଦତ୍ତେଶ୍ବର ହୋତା ହେଲେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି
Popular Categories



