www.samajalive.in
Sunday, December 14, 2025
14.1 C
Bhubaneswar

ସୌରମଣ୍ଡଳ ବାହାରୁ ପୃଥିବୀ ନିକଟକୁ ଆସିଥିବା ଓମୁଆମୁଆ ଏଲିଅନ୍‌ଙ୍କ ଯାନ ନା ଆଉକିଛି!

ଓ୍ୱାଶିଂଟନ- ୨୦୧୭ ମସିହାରେ ପୃଥିବୀ ନିକଟ ଦେଇ ଏକ ଭିନ୍ନ ଆକାରର ଜିନିଷ ମହାକାଶରେ ଦେଖାଯାଇଥିଲା । ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏପରି ଜିନିଷ ଦେଖି ଏହାକୁ ଏଲିଅନ୍‌ଙ୍କ ଯାନ ହୋଇପାରେ ବୋଲି ଅନୁମାନ କରିଥିଲେ । ପୃଥିବୀ ନିକଟ ଦେଇ ଏହା ଗତି କରିବା ସମୟରେ ଓମୁଆମୁଆ ବିଷୟରେ ଅଧିକ ତଥ୍ୟ ମିଳିଥିଲା । ଏହା ସୌର ମଣ୍ଡଳ ବାହାରୁ ଆସିଥିବା ଭିନ୍ନ ଏକ ଆକାରର ଚଟାଣ ବା ପସ୍ତର ଖଣ୍ଡ ବୋଲି ଜଣା ପଡିଥିଲା । ଏଥିପରେ ବରଫ ଏବଂ ତା ତଳେ ଉଦ୍‌ଜାନ ବା ହାଇଡ୍ରୋଜେନ୍‌ ଥିଲା । ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହେବାରୁ ଏଥିରୁ ବରଫ ତରଳି ଉଦ୍‌ଜାନ୍‌ ବାହାରକୁ ବାହାରିଥିଲା ।

ଏହି କାରଣରୁ ଓମୁଆମୁଆର ଗତି ବୃଦ୍ଧି ପାଇଥିଲା । ଧୀରେ ଧୀରେ ଏହା ପୃଥିବୀଠାରୁ ଦୂରେଇଯିବା ସହ ଗତି ମଧ୍ୟ ଧୀର ହୋଇଥିଲା । ଜର୍ଣ୍ଣାଲ୍‌ ନେଚରରେ ଗତ ବୁଧବାରରେ ଏ ନେଇ ଏକ ଗବେଷଣାମୂଳକ ତଥ୍ୟ ପ୍ରକାଶ ପାଇଛି ।

- Advertisement -

ଏହା ଏଲିଅନ୍‌ଙ୍କ ଯାନ ହୋଇପାରେ ବୋଲି ଯେଉଁ ଅନୁମାନ କରାଯାଉଥିଲା ତାହା ନୁହେଁ ବୋଲି ଏଥିରେ କୁହାଯାଇଛି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଥିରୁ ଉଦ୍‌ଜାନ ବାହାରିବା ଯୋଗୁଁ ଗତିରେ ଭିନ୍ନତା ପରିଲକ୍ଷିତ ହୋଇଥିବା କଥା ପ୍ରକାଶ କରିଛନ୍ତି ।

୨୦୧୭ ମସିହାରେ ପ୍ରଥମ କରି ଓମୁଆମୁଆକୁ ଠାବ କରାଯାଇଥିଲା । ଏହା ୪୦୦ ମିଟର ଲମ୍ବା ୪୦ ମିଟର ଚୌଡା ଥିଲା । ପ୍ରତି ଘଣ୍ଟାରେ ଏହା ତିନିଲକ୍ଷ୧୪ ହଜାର କିଲୋମିଟର ବେଗରେ ଗତି କରୁଥିଲା ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories