www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଫେସର ଦତ୍ତେଶ୍ବର ହୋତା ହେଲେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ବର : ପ୍ରଫେସର ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନ ୨୦୨୦ର ସେକ୍ସନ ୬ର ସବ୍‌ ସେକ୍ସନ(୭)ର ସବ୍‌ ସେକ୍ସନ(୧) ଅନୁଯାୟୀ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଦତ୍ତ୍ବେଶ୍ବର ହୋତାଙ୍କୁ ନିଯୁକ୍ତି ଦିଆଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଛି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଦତ୍ତ୍ବେଶ୍ବର ହୋତାଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଫେସର ହୋତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ତତ୍କାଳ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ କିମ୍ବା ଏ ସଂକ୍ରାନ୍ତରେ ପରବର୍ତ୍ତି ନିର୍ଦେଶ ପ୍ରକାଶ ପର୍ଯ୍ୟନ୍ତ ସେ କୁଳପତି ଭାବେ କାର୍ଯ୍ୟ ସମ୍ପାଦନ କରିପାରିବେ। ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ଡା. ଦତ୍ତେଶ୍ବର ହୋତାଙ୍କ ଭଲ ଅଭିଜ୍ଞତା ରହିଛି। ପ୍ରଫେସର ହୋତା ଏହା ପୂର୍ବରୁ କଟକ ଏସସିବି ମେଡିକାଲ କଲେଜର ଡିନ୍‌ ଭାବେ କାର୍ଯ୍ୟକରିସାରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories