www.samajalive.in
Monday, December 15, 2025
14.1 C
Bhubaneswar

ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ; ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ ହେବ ଯଥୋଚିତ ଦଣ୍ଡବିଧାନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ନିର୍ବାଚନ ପାଇଁ ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀମାନେ ନିଜର ନିଜର ପ୍ରଚାର ପ୍ରସାର ବଢାଇବା ପାଇଁ ଓ ସମର୍ଥକ ହାସଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ଚାଲିଥିବା ବେଳେ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସଜାଗ ହୋଇଛନ୍ତି। ଏଥିସହ ପ୍ରତ୍ୟେକ ଦିଗରୁ ସତର୍କ ଦୃଷ୍ଟି ରଖିଛନ୍ତି। ଏନେଇ ଶୁକ୍ରବାର ଅତାବିରା ବ୍ଲକ ପରିସରରେ ନିର୍ବାଚନ ଅଧିକାରୀ ତଥା ବରଗଡ଼ ଉପଜିଲାପାଳ ଲଲାଟ ଲୁହାଙ୍କ ଅଧ୍ୟକ୍ଷତାରେ ତଥା ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେରଙ୍କ ପରିଚାଳନାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମନିଷା ବାନାର୍ଜୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ପ୍ରହଲ୍ଲାଦ ମୀନା, ସାଧାରଣ ପର୍ଯ୍ୟବେକ୍ଷକ ନୃସିଂହ ଚରଣ ସ୍ୱାଇଁ, ଖର୍ଚ୍ଚ ସମ୍ବନ୍ଧୀୟ ପର୍ଯ୍ୟବେକ୍ଷକ ଫକିର ମୋହନ ଶତପଥୀ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ ।

ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ପାଇଁ ସେ ପ୍ରାର୍ଥୀ ତଥା ଦଳୀୟ କର୍ମକର୍ତ୍ତା ଓ ଜନସାଧାରଣଙ୍କ ସହଯୋଗର ଆବଶ୍ୟକତା ରହିଛି, ତେଣୁ ସମସ୍ତେ ମିଳିମିଶି ଏହାକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ନିର୍ବାଚନ ସାରିବା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପକ୍ଷରୁ କଡ଼ା କଡି ସୁରକ୍ଷା ବ୍ୟବସ୍ଥା କରାଯିବ । ପ୍ରତି ବୁଥ ଉପରେ ପୁଲିସର ସତର୍କ ଦୃଷ୍ଟି ରହିବ, ଆଇନ ଉଲ୍ଲଂଘନକାରୀଙ୍କୁ ବିହିତ ଦଣ୍ଡ ବିଧାନର ବ୍ୟବସ୍ଥା ରହିବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ପ୍ରଦାନ କରି ସମସ୍ତଙ୍କୁ ସତର୍କ କରିଥିଲେ । ନିର୍ବାଚନ ଲଢୁଥିବା ପ୍ରାର୍ଥୀ/ପ୍ରାର୍ଥୀନୀମାନେ କେତେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ନିର୍ବାଚନ ଲଢ଼ିବେ ତାର ଏକ ବିବରଣୀ ପ୍ରଦାନ କରି କହିଥିଲେ ଯେ କାଉନସିଲର ପଡ଼ା ପାଇଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ୫୦,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ ଓ ଅଧ୍ୟକ୍ଷ ପଡ଼ା ପାଇଁ ଉଠିଥିବା ପ୍ରାର୍ଥୀମାନେ ୨,୦୦,୦୦୦ ରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢି ପାରିବେ ନାହିଁ । ଏହା ବ୍ୟତୀତ ନିର୍ବାଚନ ଆଚରଣ ବିଧି ଉପରେ ସୂଚନା ଦେଇ ଶ୍ରୀ ଶତପଥୀ କହିଥିଲେ ଯେ କୌଣସି ପ୍ରାର୍ଥୀ, ଦଳୀୟ ପ୍ରାର୍ଥୀ ରାଜନେତା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ପାରିବେ ନାହିଁ। ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଯାହା ଖର୍ଚ୍ଚ କରି ନିର୍ବାଚନ ପ୍ରଚାର କରିଥିବେ ତାର ଏକ ହିସାବ ରେଜିଷ୍ଟର ରେ ଲେଖି ରଖିବେ । ଆସନ୍ତା ୨୭ ତାରିଖ ଓ ୩୧ ତାରିଖ ,ଏହି ଦୁଇଦିନ ସେମାନେ ନିର୍ବାଚନ ଅଧିକାରୀଙ୍କ ପାଖରେ ତାଙ୍କର ହିସାବ ଯାଞ୍ଚ କରାଇବେ । କୌଣସି ସରକାରୀ କାର୍ଯ୍ୟାଳୟ କିମ୍ବା ମନ୍ଦିର ମସଜିଦର କାନ୍ଥରେ ନିର୍ବାଚନ ସମ୍ପର୍କୀୟ ପୋଷ୍ଟର, ବେନର ଆଦି ଲଗାଇ ପାରିବେ ନାହିଁ । ଏହି ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ । ଏହାକୁ ଅନୁଧ୍ୟାନ କରିବା ପାଇଁ ତହସିଲଦାର ଶ୍ୱେତପଦ୍ମା ଯୋଶୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମେହେରଙ୍କୁ ଦାୟିତ୍ଵ ଦିଆଯାଇଛି । ଦୁଇଟି ଦଳ ଗଠନ କରି ଏହାକୁ ନିରୀକ୍ଷଣ କରି ତାର ଭିଡିଓ ଓ ଫୋଟୋଗ୍ରାଫି ମାଧ୍ୟମରେ ପ୍ରମାଣ ସ୍ୱରୂପ ରଖିବେ । ଜାତିଭେଦ ନେଇ କିମ୍ବା କୌଣସି ପ୍ରକାର ହିଂସାତ୍ମକ ମନୋଭାବ ନରଖି ସମସ୍ତଙ୍କୁ ସମାନ ଦୃଷ୍ଟି ଦେଇ ମତଦାନ ଗ୍ରହଣ କରାଯିବ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । କୌଣସି ଭୋଟରଙ୍କୁ ପ୍ରଲୋଭନ ଦେଖାଇ କାହାକୁ ଭୋଟ ଦେବା ପାଇଁ ଚାପ ପ୍ରୟୋଗ କରି ପାରିବେ ନାହିଁ । ଭୋଟର ସ୍ୱଇଚ୍ଛାରେ ଭୋଟ ଦେବେ। ଏହି ବୈଠକରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟକୃଷ୍ଣ ପାତ୍ର, ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ କଲ୍ୟାଣୀ ଦାଶ, ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ଡି ଆଇ ବି ବିଭାଗର ଡିଏସପି ଠାକୁର ଦାଶ ମୁର୍ମୁ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories