www.samajalive.in
Sunday, December 14, 2025
23.1 C
Bhubaneswar

ଉନ୍ନୀତ ଡାକ୍ତରଖାନାରେ ପରିଣତ କରାଯିବ ତୁଷୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ୱର: ବଲାଙ୍ଗୀର ଜିଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ଉନ୍ନତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଏକ ସ୍ବତନ୍ତ୍ର ବୈଠକ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ମିଶନ ନିର୍ଦ୍ଦେଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡିଶା ଡା. ବୃନ୍ଦା ଡି.ଙ୍କ ସମେତ ବିଭାଗୀୟ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ବୈଠକରେ ମନ୍ତ୍ରୀ ସାହୁ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ ସମେତ ତୁଷରା ପ୍ରାଥମିକ ଚିକିତ୍ସା କେନ୍ଦ୍ର , ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ବିଭିନ୍ନ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ, ଖାଲି ଥିବା ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ପଦବୀ ପୂରଣସଂପର୍କରେଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

- Advertisement -

ବୈଠକରେ ବିଶେଷ କରି ତୁଷୁରା ବିଜ୍ଞପିତ ଅଂଚଳ ପରିଷଦରେ ଥିବା ତୁଷୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ କରାଯାଇ ଏହାକୁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବା ପାଇଁ ପଦକ୍ଷେପ ନିମନ୍ତେ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ୱାରୋପ କରିଥିଲେ। ସବୁ ଡାକ୍ତରଖାନାର ପରିବେଶର ପରିଚ୍ଛନ୍ନତା, ନିୟମିତ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବା ସମ୍ପର୍କରେ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଥିଲେ। ସମସ୍ତ ଡାକ୍ତରଖାନାରେ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ ସମେତ ଜରୁରୀ ଆବଶ୍ୟକତା ଥିବା ଡାକ୍ତରଖାନା ଗୁଡିକରେ ଡାକ୍ତର ପଦବୀ ପୂରଣ ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ବିଭାଗୀୟ ସଚିବ ଶ୍ରୀମତୀ ପଣ୍ଡିତ କହିଥିଲେ। ଏହି ବୈଠକରେ ଟିଟିଲାଗଡ଼ ବ୍ଲକ ଅଧକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ,ତୁଷୁରା ପୌର ପରିଷଦ ଅଧକ୍ଷ ଅଜୟ ଜୈସୱାଲ୍, ଉପାଧକ୍ଷା ପୁଷ୍ପାମଞ୍ଜରୀ ଜାଲ,ଟିଟିଲାଗଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା ଜିଲା ପରିଷଦ ସଦସ୍ୟା ଗୀତା ବିଶି, ଗୁଡ଼ଭେଲା ବ୍ଳକଜିଲା ପରିଷଦ ସଦସ୍ୟ ରାମ ନିବାସ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଅଂଚଳରେ ସ୍ଥାସ୍ଥ୍ୟ ସେବା ସଂପର୍କିତ ସମସ୍ୟା ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories