କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟରେ ପୂଜାରିଗୁଡା ବାଳିକା ଉଚ୍ଚ ବିଦ୍ୟାଳୟ ୫-ଟିର ରୂପାନ୍ତରଣ କାର୍ଯ୍ୟ ବିଡିଓ ଡକ୍ଟର ସୁନୀଲ ଖରା ଓ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଗସ୍ତକରି ଅନୁଧ୍ୟାନ କରିଛନ୍ତି। ୫-ଟି ରୂପାନ୍ତରିକରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଶିକ୍ଷକଙ୍କ ସହିତ ଆଲୋଚନା କରିଛନ୍ତି। ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତ ମାନର କରିବା ନିମନ୍ତେ ବିଶେଷ କରି ସ୍ମାର୍ଟ ଶ୍ରେଣୀ ଗୃହ, ବିଜ୍ଞାନଗାର, ପାଠାଗାର, ଖେଳପଡ଼ିଆ କାର୍ଯ୍ୟର ତଦାରଖ କରିଥିଲେ। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାପାଇଁ କହିଥିଲେ। ଏହାକୁ ନେଇ ୱାର୍ଡେନ ଅନୁସୟା ସାମଲଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ଯାଇ ପରିଦର୍ଶନ କରିଥିଲେ। ତୃତୀୟ ପର୍ଯ୍ୟାୟରେ ହୋମିୟଗୁଡା, ଶିରିପୁର, ଜଗନ୍ନାଥପୁର, ପୂଜାରିଗୁଡା ଓ ସିଙ୍ଗାରି ଉଚ୍ଚବିଦ୍ୟାଳୟଗୁଡିକ ୫-ଟି ବିଦ୍ୟାଳୟରେ ରୂପାନ୍ତରିକରଣ ପାଇଁ କାର୍ଯ୍ୟ କରାଯାଉଛି।
Popular Categories



