www.samajalive.in
Monday, December 15, 2025
24.1 C
Bhubaneswar

ମିଳିନି ଭତ୍ତା ଟଙ୍କା

ମୁଖୀଗୁଡା: ଗତ ଦୁଇରୁ ତିନି ମାସ ହେବ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲଜ ଅନ୍ତର୍ଗତ ଜୟପାଟଣା ପଞ୍ଚାୟତର ସାତ, ଆଠ ଏବଂ ନଅ ନମ୍ବର ୱାର୍ଡର କେତେକ ହିତାଧିକାରୀ ଭତ୍ତା ଟଙ୍କା ପାଇନଥିବା ଅଭିଯୋଗ ହୋଇଛି। ଜୟପାଟଣାର ଅନୁସୟା ମାଝୀ, ଆରତୀ କୁମାର, ସୁଲୋଚନା ଦଳପତି, ପିର ବାଗ, ଅନନ୍ତ ବାଗ ୪ମାସ ହେଲା ଭତ୍ତା ପାଇ ନଥିବା ବେଳେ ଭୂମତି ଦଳପତି, କାଳୀମତି ରାଉତ ୩ ମାସର, ଦମୟନ୍ତୀ ପାତ୍ର, ପ୍ରହଲ୍ଲାଦ ପାତ୍ର, କ୍ଷେତ୍ର ମୋହନ ହଂସ, ଦୁର୍ଯ୍ୟୋଧନ ରାଉତ, ବସନ୍ତି ରାଉତ, ଇନ୍ଦ୍ରମଣି ମାଝୀ, ବାଳିକା ଦେଇ, ମାର୍ଗଶିର ରାଉତ, ଚିତରୀ ରାଉତ, କ୍ଷେତ୍ର ହଂସ ୨ମାସର ଭତ୍ତା ଟଙ୍କା ପାଇନଥିବା ବେଳେ ଗଣେଶ୍ୱର ପୁଝାରି, ସୁଶୀଲା ରାଉତ, ଗୌରୀ ରାଉତ, ପାର୍ବତୀ ଦଳେଇ, ସୁବନ ବି, କର୍ଣ୍ଣ ପୁଝାରି ଏକ ମାସର ଭତ୍ତା ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି। ସେମାନେ ଆଗରୁ ହାତରେ ଭତ୍ତା ଟଙ୍କା ପାଉଥିଲେ ହେଲେ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପଡିବା ପରେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। କାହାର ଫିଙ୍ଗରପ୍ରିଣ୍ଟ ନେଉନଥିବା ବେଳେ ବଡ ବ୍ୟାଙ୍କକୁ ଗଲେ ମିନି ବ୍ୟାଙ୍କକୁ ଯାଅ ବୋଲି କହୁଛନ୍ତି। ହେଲେ ସେମାନଙ୍କ ବ୍ୟାଙ୍କ ଜମାଖାତାରେ ଟଙ୍କା ଜମା ହୋଇଥିବା ପଞ୍ଚାୟତ ଅଧିକାରୀ କହୁଛନ୍ତି କିନ୍ତୁ ସେମାନେ ଟଙ୍କା ପାଇବା ପାଇଁ ବିଭିନ୍ନ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜୟପାଟଣା ବ୍ଳକର ୨୨ଗୋଟି ଗ୍ରାମପଞ୍ଚାୟତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ୧୬ ହଜାର ୭୦୭ ଜଣ ବିଧବା, ଅସହାୟ, ବିକଳାଙ୍ଗ ଓ ବାର୍ଦ୍ଧକ୍ୟଙ୍କୁ ଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ଚଳିତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ପଡିଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ ହେଉଥିବା ୩୭୦୦ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୭୯୧ ଜଣଙ୍କ ଠାରେ ଟଙ୍କା ପଡିଥିବା ବେଳେ କୋଣସି କାରଣରୁ ଅନ୍ୟମାନଙ୍କ ଆକାଉଣ୍ଟରେ ପଡ଼ିନାହିଁ। ବାକିଥିବା ୨୯୦୯ ଜଣ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ ପାସବୁକ ଧରି ବାରମ୍ବାର ବ୍ୟାଙ୍କକୁ ଦୌଡୁଥିବା ବେଳେ ଟଙ୍କା ପଡିନଥିବା ଜାଣି ହଇରାଣ ହେଉଛନ୍ତି। ଏନେଇ ବ୍ଲକ କତୃପକ୍ଷଙ୍କ ଠାରୁ କୌଣସି ସଠିକ ଉତ୍ତର ମିଳୁ ନଥିବା ବେଳେ ଆଗରୁ ହିତାଧିକାରୀମାନଙ୍କୁ ସିଧାସଳଖ ଟଙ୍କା ମିଳୁଥିଲା କିନ୍ତୁ ସରକାର ସ୍ୱଛତା ଆଣିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପ୍ରଦାନ କରିବା ବ୍ୟବସ୍ତା କରିଛନ୍ତି। ତେବେ ଟଙ୍କା ପାଇ ନଥିବା ହିତାଧିକାରୀଙ୍କ ପାଇଁ ଟଙ୍କା ପାଇବା ବ୍ୟବସ୍ଥା କରିବା ପାଇଁ ଦାବି ହୋଉଛି।

Hot this week

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

Related Articles

Popular Categories