www.samajalive.in
Monday, December 15, 2025
17.1 C
Bhubaneswar

ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ସମବାୟ ସମିତି ପରିସରେ ୨ଟି ପଞ୍ଚାୟତର ଚାଷୀମାନଙ୍କୁ ନେଇ ସମବାୟ ବ୍ୟାଙ୍କ ସେବା ଓ ରୁଣ କର୍ମଶାଳା ଏବଂ ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଘୁନେଶ ସମବାୟ ସମିତି ଲିମିଟେଡର ସଭାପତି ଗଣେଶ ଧରୁଆଙ୍କ ସଭାପତ୍ୱ କରିଥିବା ବେଳେ, ଘୁନେଶ ପଞ୍ଚାୟତ ସରପଞ୍ଚ ଲାୟବନି ଭୋଇ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ ବଡ଼ବାଙ୍କି ପଞ୍ଚାୟତ ସରପଞ୍ଚ ଡୋଳାଧର ବାଗ, ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ କଣ୍ଟାବାଞ୍ଜି ଶାଖା ପ୍ରବନ୍ଧକ ଯୋଗେଶ୍ୱର ମାଝୀ, ବଡ଼ବାଙ୍କି ସମିତି ସଭ୍ୟ ରବି ଟାକ୍ରୀ, ତୁରେକେଲା ସୁପରଭାଇଜର ଦକ୍ଷ ରାଜ ମାଝୀ, ବରିଷ୍ଠ ଚାଷୀ ଗୁପ୍ତେଶ୍ୱର ବେହେରା, ଯୁଗେଶ୍ୱର ନିଆଲ, ରତ୍ନାକର ଠେଲାମଞ୍ଚାସିନ ଥିଲେ।

ଏହି କର୍ମଶାଳାରେ ଚାଷୀ ମାନଙ୍କୁ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉ ଥିବା ବିଭିନ୍ନ ଋଣ ସମ୍ପର୍କରେ ଓ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯାଉଥିବା, ବିଷଦ ଭାବରେ ଉପସ୍ଥିତ ଚାଷୀ ଓ ମହିଳା ଗୋଷ୍ଠୀଙ୍କୁ ସଚେତନ କରାଯାଇ ଥିଲା. ତେଣୁ ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ଏହାର ଲାଭ ଉଠାଇ ଆତ୍ମନିର୍ଭର ଶିଳ ହେବାସହ ଠିକ ସମୟରେ ଋଣ ପରିଶୋଧ କରିଵାକୁ କଣ୍ଟାବାଞ୍ଜି ବ୍ୟାଙ୍କ ଶାଖା ପ୍ରବନ୍ଧକ ମାଝୀ ସମସ୍ତଙ୍କୁ ନିବେଦନ କରିଥିଲେ। ଶେଷରେ ବ୍ୟାଙ୍କ ସୁପରଭାଇଜର ଦକ୍ଷରାଜ ମାଝୀ ଧନ୍ୟବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories