www.samajalive.in
Sunday, December 14, 2025
23.1 C
Bhubaneswar

ବିଶ୍ୱ ବନ ଦିବସ ପାଳନ, ଜଙ୍ଗଲ ସୁରକ୍ଷାରେ ସ୍ୱ।ସ୍ଥ୍ୟ ସୁରକ୍ଷା

ନବରଙ୍ଗପୁର: ନବରଙ୍ଗପୁର ବନଖଣ୍ଡ ପକ୍ଷରୁ ବିଶ୍ୱ ବନ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ସୁରକ୍ଷାର ଅଵଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ବର୍ତ୍ତମାନ ପରିବେଶ ସନ୍ତୁଳନ ହରାଉଛି। ପାଗରେ ପରିବର୍ତ୍ତନ ହେବ ସହ ଉତ୍ତାପ ବୃଦ୍ଧି ପାଉଛି, ଯାହାକି ଚିନ୍ତାର ବିଷୟ ହୋଇଛି। ଜଙ୍ଗଲରୁ ଗଛକାଟି ମକା ଚାଷ କରାଯାଉଛି। ପରିବେଶକୁ ନେଇ ଆଗାମୀ ପିଢୀକୁ ବିପଦ ଦେଖାଦେବ। ବର୍ତ୍ତମାନ ଅକ୍ସିଜେନ ମଧ୍ୟ କିଣିବାକୁ ପଡୁଛି। ଏଥିପ୍ରତି ସଚେତନ ହେବାକୁ ଗୁରୁତ୍ୱ ଦେଇଥିଲେ। ଖଣ୍ଡିୟ ବନ ଅଧିକାରୀ ପ୍ରସନ୍ନ କୁମାର ବେହେରା ଅଧ୍ୟକ୍ଷତା କରି ଜଙ୍ଗଲର ସୁରକ୍ଷା, ସଂରକ୍ଷଣ ଓ ସଚେତନତାର ଅ।ଵଶ୍ୟକତା ଉପରେ କହିଥିଲେ। ଜଙ୍ଗଲ ସହିତ ସ୍ୱାସ୍ଥ୍ୟର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଜଙ୍ଗଲ ସୁରକ୍ଷା ରହିଲେ ସ୍ୱ।ସ୍ଥ୍ୟ ଭଲ ରହିବ ଓ ଏହା ବହୁ ପରୀକ୍ଷିତ। ଏଥିପାଇଁ ଦୃଶ୍ୟମାନ ଓ ଅଦୃଶ୍ୟମ।ନ ଶକ୍ତି କାମ କରୁଥିବା କହିଥିଲେ। ଲୋକମାନେ ମୌଳିକ ଅଧିକାର ସାବ୍ୟସ୍ତ କରୁଥିବା ବେଳେ ମୌଳିକ କର୍ତ୍ତବ୍ୟ ଭୁଲି ଯାଉଥିବା କହିଥିଲେ। ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର ଜଙ୍ଗଲ ଦ୍ୱାରା ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ କରାଇବା ସହ ଜଙ୍ଗଲ ସୁରକ୍ଷାର ଅଵଶ୍ୟକତା ଉପରେ କହିଥିଲେ। ଜଙ୍ଗଲର ଚେରମୂଳି ଔଷଧ ଜୀବନ ରକ୍ଷା କରୁଥିବା କହିଥିଲେ। ସମାଜସେବୀ ଈଶ୍ୱର ସାବତ ବନ ସୁରକ୍ଷା, ନିଆଁ ଦାଉରୁ ରକ୍ଷା ଓ ସଂରକ୍ଷଣ ଉପରେ କହିଥିଲେ। ବରିଷ୍ଠ ସାମ୍ବାଦିକ ବାଙ୍କ ବିହାରୀ ବିଷୋୟୀ ଜିଲାରେ ଜଙ୍ଗଲ କ୍ଷୟ ହେଉଥିବା ବେଳେ ପ୍ରତି ୩ ବର୍ଷରେ ରାଜସ୍ୱ ବିଭ।ଗ ଅଧୀନରେ ଥିବା ଗ୍ରାମ୍ୟ ଜଙ୍ଗଲକୁ କାଟି ନିଆଁ ଲଗାଯାଉଛି ଓ କାଠ ନିଆଯାଉଛି। ଏହାଦ୍ୱାରା ବନଜାତ ଦ୍ରବ୍ୟ ନଷ୍ଟ ହେବ। ସହିତ ପରିବେଶ ପ୍ରଦୂଷିତ ହେଉଛି। ବନ୍ୟ ଜନ୍ତୁ ଗାଁ ମୁହାଁ ହେଉଛନ୍ତି। ବହୁ ସମୟରେ ଜିଲାରେ ଭାଲୁ ଓ ମଣିଷ ଭିତରେ ଲଢେଇ ହୋଇ ଜୀବନ ଚାଲି ଯାଉଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ମତ ଦେବା ସହିତ ରାଜସ୍ୱ ବିଭ।ଗ ଅଧିନରେ ଥିବା ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥଲେ। ବିଭିନ୍ନ ବନ ସୁରକ୍ଷା ସମିତିର ମହିଳା ମାନେ ବନ ସୁରକ୍ଷା ଉପରେ ମତ ଦେଇଥିଲେ। ଏହି ଅବସରରେ ଚାରା ରୋପଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡାବୁଗାଁ ସରକାରୀ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟକୁ ସମ୍ମ।ନିତ କରାଯାଇଥଲ।। ଶିକ୍ଷୟତ୍ରୀ ଆରତୀ ବିଷୋୟୀ ମାନପତ୍ର ଓ ୨୦ ହଜାର ଟଙ୍କାର ଚେକ ଗ୍ରହଣ କରିଥିଲେ। ଶେଷରେ ନବରଙ୍ଗପୁର ରେଞ୍ଜର ତଡିତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories