ପଣ୍ଡିଆପାଲିରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ
ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବନାଞ୍ଚଳ ପକ୍ଷରୁ ରେଙ୍ଗାଲି ବନାଞ୍ଚଳ ଅନ୍ତର୍ଗତ ପଣ୍ଡିଆପାଲି ଗ୍ରାମରେ ରବିବାର ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ପୃଥିବୀରାଜ ବେହେରା, ବନପାଳ ସୁଶାନ୍ତ ମହାପାତ୍ର, ବନରକ୍ଷୀ ରୀତା ସାହୁ, ଟିମ୍ ଲିଡର ଗୋକୁଳ ମହାରଣା ଯୋଗ ଦେଇ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ହେଉଥିବା କ୍ଷତି ଓ ପରିବେଶ ଉପରେ ଏହାର କୁପ୍ରଭାବ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଜଙ୍ଗଲ ଆମର ଜାତୀୟ ସମ୍ପତ୍ତି ଓ ଜୀବ ଜଗତର ବନ୍ଧୁ ତେଣୁ ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ବ ଓ କର୍ତ୍ତବ୍ୟ। ତେଣୁ ଜଙ୍ଗଲରେ ନିଆଁ ନଲଗାଇବାକୁ ସମସ୍ତେ ଶପଥ ନେବାକୁ ବନପାଳ ଶ୍ରୀ ବେହେରା ଆହ୍ବାନ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ପଣ୍ଡିଆପାଲି ଅଞ୍ଚଳର ମହିଲା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବନ ସୁରକ୍ଷା ସମିତିର ସଭ୍ୟ ଓ କର୍ମକର୍ତ୍ତା ଯୋଗଦେଇ ଥିଲେ। ଏହି ଅବସରରେ ଯୋଗଦେଇ ଦେଇଥିବା ମହିଳା ଏବଂ ପୁରୁଷ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ।
Comments are closed.