www.samajalive.in
Sunday, December 14, 2025
19.1 C
Bhubaneswar

ବଣଭୋଜି ସାଙ୍ଗକୁ ଉତ୍କୃଷ୍ଟ ଦର୍ଶନୀୟ ସ୍ଥାନ ଡୋକରୀଚଞ୍ଚରା

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ପ୍ରାକୃତିକ ପର୍ୟ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରା ପର୍ୟ୍ୟଟକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୁନ୍ଦର, ଶାନ୍ତ ଓ ସବୁଜିମାରେ ଭରପୁର ପରିବେଶ କେବଳ ଯେ ବଣଭୋଜିର ନିଆରା ଅନୁଭୂତି ପ୍ରଦାନ କରିବ ତାହା ନୁହେଁ ଏହି ପର୍ୟ୍ୟଟନ ସ୍ଥଳୀ ଉପରେ ଓ ତଳେ ଥିବା ଜଳପ୍ରପାତ ଦ୍ୱୟ, ଚତୁର୍ଦ୍ଦିଗରେ ଘେରି ରହିଥିବା ପାହାଡ଼ର ମନୋରମ ଦୃଶ୍ୟ ପର୍ୟ୍ୟଟକଙ୍କୁ ଟାଣି ଆଣିଥାଏ। ୪୦ କିମି ପରିବ୍ୟାପ୍ତ ଏହି ସାହାଜଖୋଲ ଜଙ୍ଗଲ ଧଅଁରପୁର ଠାରୁ ଆମପାଣି ଯାଏଁ ନବରଙ୍ଗପୁର ଓ ଛତିଶଗଡ଼ ସୀମା ପର୍ୟ୍ୟନ୍ତ ସଂଲଗ୍ନ ହୋଇ ରହିଛି। ଡୋକରୀଚଞ୍ଚରା ଯିବା ରାସ୍ତାର ବାମ ପାର୍ଶ୍ୱ ପାହାଡ ଚଢିଲେ ରହିଛି ପ୍ରାଗ ଐତିହାସିକ ଯୁଗର ଗୁଡ଼ହାଣ୍ଡି ଗୁମ୍ଫା ଚିତ୍ର।

ଏହା ବ୍ୟତୀତ ଭଏଁରା ଘୁମର, ତଳ ଘୁମର ଓ ଡୋକରୀଦର ଜଳପ୍ରପାତର ମନୋରମ ଦୃଶ୍ୟ ହଜାର ହଜାର ପର୍ୟ୍ୟଟକ ଓ ଦର୍ଶକଙ୍କୁ ବିମୋହିତ କରିବା ସହ ଭଏଁରା ଘୁମର ଜଳ ପ୍ରପାତର ୨ ଶହ ଫୁଟ ଉଚ୍ଚରୁ ପଡ଼ୁଥିବା ପାଣିରେ ଗାଧୋଇବା ମଜା ବେଶ୍ ଆନନ୍ଦ ଦେଇଥାଏ। ପଶୁପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ସମସ୍ତଙ୍କୁ ଆକର୍ଷିତ କରିଥାଏ। ବର୍ଷସାରା ଏଠାରେ ପର୍ୟ୍ୟଟକ ଆସୁଥଲେହେଁ ଡିସେମ୍ବର ମାସରୁ ଜାନୁଆରି ପର୍ୟ୍ୟନ୍ତ ବଣଭୋଜି ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ପ୍ରବଳ ଭିଡ଼ ଲାଗି ରହିଥାଏ। ପ୍ରତିବର୍ଷ ରାମ ନବମୀ ବେଳେ ଏଠାରେ ବିଭିନ୍ନ କାର୍ୟ୍ୟକ୍ରମ ଓ ପୂଜାର୍ଚ୍ଚନା କରାଯାଇଥାଏ। ବର୍ତ୍ତମାନ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାରେ ପର୍ୟ୍ୟଟକ ମାନଙ୍କ ସୁବିଧା ନିମନ୍ତେ ଜଙ୍ଗଲ ବିଭାଗ ମାଧ୍ୟମରେ ସରକାର ଅନେକ ଉନ୍ନତି ମୂଳକ କାର୍ୟ୍ୟ କରୁଥିବା ବେଳେ ରାସ୍ତା ଅବସ୍ଥା ସୁଧାର ଆସିଥିବାରୁ ସବୁବେଳେ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁ ମାନେ ଏଠାକୁ ଆସୁଛନ୍ତି। ପ୍ରାଗ୍ ଐତିହାସିକ ଗୁଡହାଣ୍ଡି ଗୁମ୍ଫାଚିତ୍ର ଉପରେ ଅଧିକ ଗବେଷଣା କରିବା ସହ ଏହାର ବ୍ୟାପକତା ପାଇଁ ଅନୁଦାନ ଯୋଗାଇଦେବା ଆବଶ୍ୟକତା ରହିଛି। ଏଠାରେ ଥିବା ଭବ୍ୟ ଶ୍ରୀରାମ ମନ୍ଦିର ଦର୍ଶନ ସହ ପ୍ରକୃତିରାଣୀର କୋଳରେ ଦିନଟିଏ ଅତିବାହିତ କରିବା ପାଇଁ ଗୁଡହାଣ୍ଡି ଡୋକରୀଚଞ୍ଚରା ହୋଇପଡେ ଚଳଚଞ୍ଚଳ, ବିସ୍ତୀର୍ଣ୍ଣ ପଥର ଉପରେ ଝରଣାର କୁଲୁକୁଲୁ ନାଦ ସବୁ କ୍ଳାନ୍ତିକୁ କ୍ଷଣକ ମଧ୍ୟରେ ଭୁଳିଯିବା ପାଇଁ ନିଆରା ଅନୁଭୁତି ଦେଇଥାଏ।ଏହା ବ୍ୟତୀତ ଅନେକ ପୈାରାଣିକ କିମ୍ବଦନ୍ତୀ ବହନ କରିଥିବା ମଧୁମାଧବ ତୀର୍ଥରେ ରହିଛି ପୁଣ୍ୟକୁଣ୍ଡ, ଝାଡେଶ୍ୱର ମହାଦେବ, ଡୋକରୀ ଦେବୀ, ମଧୁବଟ, ଋଷିଗୁମ୍ଫା, ବିଭୂତି କୁଣ୍ଡ, ଭଳି ଅନେକ ଦର୍ଶନୀୟ ସ୍ଥାନ। ଏଠାକୁ ଆସୁଥିବା ଦର୍ଶକ ମାନଙ୍କୁ ପ୍ରାକୃତିକ ପର୍ୟ୍ୟଟନର ସୌନ୍ଦର୍ୟ୍ୟ ବିମୋହିତ କରିଦେଇଥାଏ।

- Advertisement -

କେମିତି ଯିବେ
ଭୁବନେଶ୍ବରରୁ ପର୍ୟ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାର ଦୂରତା ୪୮୫ କିମି। ଭବାନୀପାଟଣାରୁ ୨୬ ନମ୍ବର ଜାତୀୟ ରାଜପଥ କୋକସରା ଦେଇ ଏଠାକୁ ଯିବାକୁ ହେଲେ ୮୫ କିମି ଓ ଧର୍ମଗଡ଼ରୁ ବେହେରା ଦେଇ ଗଲେ ୫୦ କିମି ଦୂରତା ରହିଛି। ଏଠାକୁ ଯିବାପାଇଁ ହେଲେ ବସରେ ଭବାନୀପାଟଣା, ଧର୍ମଗଡ, ଆମପାଣି ଆସି ନିଜେ ଗାଡି ଭଡା କରି ଦର୍ଲିପଡା, ଘଣ୍ଟିଗୁଡ଼ା ଦେଇ ଯାଇ ହୁଏ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories