ପାଟଣା: ପାଟଣା ବ୍ଲକ ସଭାଗୃହ ରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ବନ୍ଧିୟ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ବିଡ଼ିଓ ଶିବ ଚରଣ ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ଉପସ୍ଥିତ ଥିବା ବେଳେ ପର୍ୟ୍ୟ ବେକ୍ଷକ ଭାବେ ଜିଲ୍ଲା ପରିଷଦର ସିଡିଓ ସହରାଞ୍ଚଳ ଘାସିରାମ ମୁର୍ମୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ଆଇଚ, ବି ଏସ ଏ କଳ୍ପନା ନାଏକ, ସହକାରୀ ଯନ୍ତ୍ରୀ ଇଂ ସିଦ୍ଧ ମାଝୀ ପ୍ରମୁଖ ଜନଶୁଣାଣୀ ରେ ଅଂଶ ଗ୍ରହଣ କରିଥିବା ବେଳେ ଏ ପି ଓ ଦୀପକ ବେହେରା ନଥି ପତ୍ର ଗତ ତଥ୍ୟ ଉପସ୍ଥାପନ କରିଥିଲେ। କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପଣ୍ଡା, ଲାଖାଇ ମୁର୍ମୁ, ମିହିର କୁମାର ଟୁଡୁ, ସବିତା ବେହେରା, ମୋନାଲିସା ଚକ୍ର, ସସ୍ମିତା ହେମ୍ବ୍ରମ, ଅଜୟ ଝା ପ୍ରମୁଖଙ୍କ ସହ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ ଓ ଗ୍ରାମ ସାଥୀଙ୍କ ସହ କିଛି ଶ୍ରମଜିବୀ ଶିବିରରେ ଉପସ୍ଥିତ ଥିଲେ। ଗତ ୬ ମାସ ମଧ୍ୟରେ ୧୧ଲକ୍ଷ ୭୬ ହଜାର ୫୯୨ ଶ୍ରମଦିବସ ସୃଷ୍ଟି ହେଇଥିବା ସୂଚନା ଦିଆଯିବା ସହ ୧୬୮୫ ଟି ପ୍ରକଳ୍ପ କାମ ଶେଷ ହୋଇଥିବା ବେଳେ ୧୧୧୫ ଟି ପ୍ରକଳ୍ପ ଚାଲୁ ରହିଥିବା କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଜଯୋଜନା ରେ ୪ଟି ଓ ମନରେଗା କାମ ବାବଦରେ ୧୦ଟି ଅଭିଯୋଗର ଏଠାରେ ଅଧିକାରୀ ମାନେ ଶୁଣାଣି କରିଥିଲେ।
Popular Categories



