www.samajalive.in
Sunday, December 14, 2025
23.1 C
Bhubaneswar

ପାଟଣା ବ୍ଲକରେ ବୃତ୍ତିଗତ ପରାମର୍ଶ ମେଳା

ପାଟଣା: କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ପାଟଣା ରେ ବ୍ଲକ ସ୍ତରୀୟ ବୃତ୍ତି ଗତ ପରାମର୍ଶ ମେଳା ଆଜି ପାଟଣା ବିଡ଼ିଓ ଶିବ ଚରଣ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନର ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ମହାପାତ୍ର ସଂଯୋଜନା କରିଥିଲେ। ଜିଲ୍ଲା କର୍ମ ନିୟୋଜନ ସଂସ୍ଥାର ଅଧିକାରୀ ଗଣେଶ୍ୱର ନାୟକ, ଗ୍ରାମ ତରଙ୍ଗର ଜୟକୃଷ୍ଣ ଦେଓ ,କେନ୍ଦୁଝର ଓଏସଏମଇ ରୁ ସୀତାଞ୍ଜଳି ମାରଣ୍ଡି ଓ ପ୍ରାଣବନ୍ଧୁ ମହାପାତ୍ର, ଆନନ୍ଦପୁର ଆଇଟିଆଇର ସତ୍ୟ ରଞ୍ଜନ ମହାନ୍ତ, ସୁଶାନ୍ତ ବେହେରା, ଏଲଏଣ୍ଡଟି ର ପ୍ରଦୀପ କୁମାର ସାହୁ, ବଡ଼ବିଲ ଆଇଟିଆଇରୁ ଅଭିରାମ ରାଉଳ, ଡିଟିସିଏଲର ତ୍ରିଲୋଚନ ମହାନ୍ତ ପ୍ରମୁଖ ଅନ୍ୟ ସଂସ୍ଥାର ପ୍ରତିନିଧି ମାନେ ମେଳାରେ ଯୋଗ ଦେଇଥିଲେ। ଶିବିରକୁ ଆଗତ ୧୮ ରୁ ୪୫ ବର୍ଷ ମଧ୍ୟସ୍ଥ ମାଟ୍ରିକରୁ ତଦୁର୍ଦ୍ଧ ଯୋଗ୍ୟତା ଧାରୀ ୬୪ ଜଣ ବେକାର ଯୁବକ ଯୁବତୀ ବିଭିନ୍ନ ବୃତ୍ତିଗତ ତାଲିମ ନେବା ପାଇଁ ଆବେଦନ ପତ୍ର ଗ୍ରହଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories