www.samajalive.in
Monday, December 15, 2025
15.1 C
Bhubaneswar

ସାତଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଝୁମ୍ପୁରା: ସଂପ୍ରତି ସରକାର ୬ରୁ ୧୪ ବର୍ଷର ସବୁ ବର୍ଗର ପିଲା ସରକାରୀ ବିଦ୍ୟାଳୟ ଗୁଡିକରେ ମାଗଣାରେ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ସରକାର କରିଛନ୍ତି। ସରକାରୀ ସ୍କୁଲ ଗୁଡିକରେ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ଶିକ୍ଷାକୁ ୫ଟିରେ ସାମିଲ କରିବା ପରେ ସରକାରୀ ସ୍କୁଲ ଗୁଡିକର ଭିତ୍ତିଭୂମି ସଡାଡିବା ସହିତ ପ୍ରତି ପିଲାଙ୍କୁ ସ୍ମାର୍ଟ ଭାବରେ ଗଢି ତୋଳିବା ନିମନ୍ତେ ସରକାର ତରଫରୁ କମ୍ପୁଟର ଶିକ୍ଷା ଠାରୁ ଆରମ୍ଭ କରି ଇ-ଲାଇବୋରୀ ସ୍ମାର୍ଟ ବ୍ଲାକବୋର୍ଡ, ପ୍ରୋଜେକ୍ଟର, ଉନ୍ନତ ମାନର ଖେଳ ପଡିଆ ନିର୍ମାଣ କରି ଚାଲିଛନ୍ତି। କିନ୍ତୁ ଏପଟେ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାର ମାନ ଦିନକୁ ଦିନ ବିପର୍ଯ୍ୟସ୍ଥ ହୋଇ ପଡୁଥିବା ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକରେ। ଝୁମ୍ପୁରା ବ୍ଲକ ବାରିଆ ପଞ୍ଚାୟତର କେନ୍ଦୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଆଜି ଏହି ବିଦ୍ୟାଳୟରେ ବର୍ତ୍ତମାନ ପାଠ ପଢୁଥିବା ୧୦୯ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଛି ବୋଲି ଅଭିଭାବକ ମାନେ ଆଲୋଚନା କରୁଛନ୍ତି।

ସରକାରଙ୍କ ତରଫରୁ କେନ୍ଦୁଆ ଠାରେ ୧୯୫୯ ମସିହାରେ ବିଦ୍ୟାଳୟ ସ୍ଥାପନ କରାଯାଇଛି। ଏହି ବିଦ୍ୟାଳୟରେ ପିଲା ଶିକ୍ଷା ଗ୍ରହଣ କରି ଆଜି ବଡ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି କିନ୍ତୁ ବିଦ୍ୟାଳୟ ଆଜି ଶିକ୍ଷକ ଅଭାବ ଯୋଗୁଁ ଏହି ବିଦ୍ୟାଳୟରେ ବର୍ତ୍ତମାନ ଅଧ୍ୟୟନ କରୁଥିବା ପିଲାଙ୍କ ଶିକ୍ଷାଦାନ ସଂପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇ ପଡିଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀର ପିଲା ଶିକ୍ଷା ଗ୍ରହଣ କରିବେ ବୋଲି ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଶିକ୍ଷକ ଅଭାବ ଯୋଗୁଁ ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀର ପିଲାଙ୍କ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି।

- Advertisement -

କେନ୍ଦୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାନୁଆରୀ ମାସ ଠାରୁ ଜଣେ ଶିକ୍ଷକରେ ଶିକ୍ଷାଦାନ କରୁଥିବା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଠାରୁ ଆରମ୍ଭ କରି ଜିଲାଶିକ୍ଷା ଅଧିକାରୀ ଅବଗତ ଥିଲେ ମଧ୍ୟ ଏହି ବିଦ୍ୟାଳୟ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାରେ ବିଭାଗ କାହିଁକି ପଛଘୂଞ୍ଚା ଦେଉଛନ୍ତି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ଜଣେ ଶିକ୍ଷକ ସାତଟି ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରିବା ସମ୍ଭବପର ହୋଇ ପାରୁନାହି। ସ୍କୁଲର ପ୍ରଧାନ ଶିକ୍ଷକ ପିଲାଙ୍କ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଅଫିସ କାର୍ଯ୍ୟ କରିବା ବିଦ୍ୟାଳୟର ପରିସ୍କାର ପରିଚ୍ଛନ ତଦାରଖ କରିବାରେ ଶିକ୍ଷକ ଜଣଙ୍କର ଦିନ କଟି ଯାଉଛି ଯାହା ଫଳରେ ପ୍ରଧାନ ଶିକ୍ଷକ ପିଲାଙ୍କୁ ଶିକ୍ଷାଦାନ କରିବାର ସମୟ ପାଉ ନଥିବା ଦେଖିବାକୁ ମିଳୁଛି।

ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୨୧ ପିଲା ରହିଥିବା ବେଳେ ୨ୟ ଶ୍ରେଣୀରେ ୧୫, ୩ୟ ଶ୍ରେଣୀରେ ୨୩, ୪ର୍ଥ ଶ୍ରେଣୀରେ ୯, ୫ମ ଶ୍ରେଣୀରେ ୧୮, ଷ୍ଠଷ୍ଠ ଶ୍ରେଣୀରେ୬ ଏବଂ ସପ୍ତମ ଶ୍ରେଣୀରେ ୧୭ ପିଲା କେନ୍ଦୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। ଅଭିଭାବକ ତଥା ଗ୍ରାମବାସୀ ଏହି ବିଦ୍ୟାଳୟ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ପାଇଁ ବ୍ଲକ ପ୍ରଶାସନ ଏବଂ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଠାରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି କରିଥିଲେ ମଧ୍ୟ ଏହି ବିଦ୍ୟାଳୟ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାରେ ଅଧିକାରୀ ମାନେ ଗୁରୁତ୍ୱ ଦେଉ ନଥିବା ଜଣାଯାଇଛି।

ଝୁମ୍ପୁରା ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ ଚନ୍ଦ୍ର ମହାନ୍ତଙ୍କୁ କେନ୍ଦୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ କାହିଁକି ନିଯୁକ୍ତି କରାଯାଉ ନାହିଁ ବୋଲି ପଚାରୀବାରୁ ସେ କହନ୍ତି ସେହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଜିଲା ଶିକ୍ଷାଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଛି ଖୁବ କମଦିନ ମଧ୍ୟରେ ସେହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି କହିଛନ୍ତି। ପିଲାଙ୍କ ବାର୍ଷିକ ପରୀକ୍ଷା ପୂର୍ବରୁ ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯାଉଛି ନା ନାହିଁ ତାହା ଅଭିଭାବକ ମାନଙ୍କର ଦେଖିବାକୁ ବାକି ରହିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories