www.samajalive.in
Sunday, December 14, 2025
23.1 C
Bhubaneswar

ବିବାହିତା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର-ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ ସାନ ହୁଣ୍ଡୁଳା ହୁଡିସାହିର ଜଣେ ବିବାହିତା ମହିଳାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଭୁଇଁକୁ ସ୍ପର୍ଶ କରୁଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ନା ତାକୁ କେହି ହତ୍ୟା ପରେ ଗଛରେ ଝୁଲାଇ ଦେଇଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି।

ଝୁମ୍ପୁରା ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ ସାନ ହୁଣ୍ଡୁଳା ହୁଡିସାହିର ଜଣେ ବିବାହିତା ମହିଳା ନିଜ ଶାଢ଼ିକୁ ବେକରେ ବାନ୍ଧି ଗ୍ରାମଠାରୁ ଅଳ୍ପ ଦୂରରେ ରହିଥିବା ପଳାଶ ଗଛରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସାନହୁଣ୍ଡା ହୁଡି ସାହିର ତରଣୀସେନ ମୁଣ୍ଡାକୁ ଦେଢ ବର୍ଷ ତଳେ ବିବାହ କରିଥିଲେ ଲକ୍ଷ୍ମୀ ମୁଣ୍ଡା (୨୩)। ତରଣୀସେନ ଚେନ୍ନାଇରେ ଶ୍ରମିକ ଭାବରେ କାର୍ଯ୍ୟକରୁଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ଘରୁ ବାହାରକୁ ବାହାରି ଥିଲେ। ବହୁ ସମୟ ବିତିଗଲା ତଥାପି ଲକ୍ଷ୍ମୀ ଘରକୁ ନଫେରିବାରୁ ପରିବାର ଲୋକ ତାକୁ ଖୋଜା ଖୋଜି କରିଥିଲେ।

- Advertisement -

ସାହି ଠାରୁ ଅଳ୍ପ ଦୂରରେ ଥିବା ଏକ ପଳାଶ ଗଛରେ ତାଙ୍କର ମୃତଦେହ ଝୁଲୁ ଥିବାର ଦେଖିବାକୁ ପାଇଥିଲେ। ପରିବାର ଲୋକ ଘଟଣା ସମ୍ପର୍କରେ ଝୁମ୍ପୁରା ପୁଲିସକୁ ଖବର ଦେଇଥିଲେ। ଝୁମ୍ପୁରା ପୁଲିସ ଖବର ପାଇ ଶୁକ୍ରବାର ସକାଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ସହ ଏକ ମାମଲା ରୁଜୁ କରିଛି।

ଆତ୍ମହତ୍ୟା କରିଥିବା ଲକ୍ଷ୍ମୀର ପାଦ ଭୂଇଁରେ ସଂପୂର୍ଣ୍ଣ ଭାବରେ ଲାଗିଥିବାରୁ ଲକ୍ଷ୍ମୀ ନିଜେ ଆତ୍ମହତ୍ୟା କରିଛି ନା ତାକୁ କିଏ ହତ୍ୟା କରି ଗଛରେ ଝୁଲାଇ ଦେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସୁଦ୍ଧା ଲକ୍ଷ୍ମୀ ମୃତ୍ୟୁର ସଠିତ ତଥ୍ୟ ଜଣାପଡିନଥିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ। ତେବେ ଲକ୍ଷ୍ମୀ ନିଜେ ଆତ୍ମହତ୍ୟା କରିଛି ନା ତାକୁ କିଏ ହତ୍ୟା କରିବା ପରେ ଗଛରେ ଝୁଲାଇ ଦେଇଛି ସେଥିନେଇ ଝୁମ୍ପୁରା ପୁଲିସ ତଦନ୍ତ ଜାରି ରଖିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories