www.samajalive.in
Monday, December 15, 2025
14.1 C
Bhubaneswar

ବକେୟା ବିଦ୍ୟୁତ୍‍ ବିଲ ଛାଡ ଦାବିକଲେ ୫ ପଞ୍ଚାୟତବାସୀ

କେନ୍ଦୁଝରଗଡ଼: ତେଲକୋଇ ବ୍ଲକ ଅଧିନ ଜଗମୋହନପୁର, ବିଞ୍ଝବାହାଳ, ସଲେଇକନା, ଦୋବଲାପାଳ ଓ ଛାମୁଣ୍ଡା ପଞ୍ଚାୟତବାସୀଙ୍କୁ ବିଦ୍ୟୁତ ଯୋଗାଣ ନେଇ ଓଡିଶା ରାଜ୍ୟ ବିଦ୍ୟୁତ୍‍ ବୋର୍ଡ ବହୁବାର ପ୍ରୟାସ କରି ଆସିଥିଲା। ମାତ୍ର, ବିଡମ୍ବନାର ବିଷୟ ଓଡିଶା ରାଜ୍ୟ ବିଦ୍ୟୁତ୍‍ ବୋର୍ଡ ଗ୍ରାମ ପଞ୍ଚାୟତ ଗୁଡିକୁ ଗୋଟିଏ କିମ୍ବା ଦୁଇଟି ସ୍ୱଳ୍ପ ଶକ୍ତି ସମ୍ପର୍ଣ୍ଣ ଟ୍ରାନ୍ସଫର୍ମରର ଯୋଗାଣ କରି ଉପଭୋକ୍ତାଙ୍କ ଠାରୁ ମାସିକ ସର୍ବନିମ୍ନ ବିଲ ଆଦାୟ କରୁଥିଲା।

ଉପଯୁକ୍ତ ବିଦ୍ୟୁତ୍‍ ସେବାରୁ ବଞ୍ଚିତ ଉପଭୋକ୍ତା ବିଦ୍ୟୁତ୍‍ ବିଲ ପଇଠ କରି ପାରିନଥିବା ବେଳେ ୨୦୧୯-୨୦ ପରଠାରୁ ଟାଟା କମ୍ପାନୀ ବିଦ୍ୟୁତ୍‍ ବିତରକ ଦାୟିତ୍ୱ ନେବା ପରଠାରୁ ଏବେ ନିୟମିତ ଭାବେ ମାସିକ ବିଲ୍‍ ଆଦାୟ କରାଯାଇଆସୁଛି। ତେବେ ବକେୟା ବିଦ୍ୟୁତ୍‍ ବିଲ ଥିବା ଉପଭୋକ୍ତାଙ୍କୁ ଟାଟା କମ୍ପାନୀ ପକ୍ଷରୁ ଭୟଭୀତ କରାଇ ଆକ୍ରୋଶମୂଳକ ଭାବେ ବିଦ୍ୟୁତ୍‍ ବିଛିନ୍ନ ଧମକ ଦେଇ ବକେୟା ବିଦ୍ୟୁତ୍‍ ବିଲ ଜୋରଜବରଦସ୍ତ ଆଦାୟ କରାଯାଉଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ବିଦ୍ୟୁତ ପରିଚାଳନା ସମନ୍ୱୟ କମିଟି ଜଗମୋହନପୁର ଶାଖା ପକ୍ଷରୁ ଟାଟା କମ୍ପାନୀ କର୍ମଚାରୀଙ୍କ ଏତାଦୃଶ ଆଚରଣକୁ ଘୋର ନିନ୍ଦା କରାଯିବା ସହ ଏହାକୁ ସାମୂହିକ ଭାବେ ବିରୋଧ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

- Advertisement -

କମିଟି ବୈଠକର ନିଷ୍ପତ୍ତି ମୁତାବକ ଆଗାମୀ ସପ୍ତାହକ ମଧ୍ୟରେ ବକେୟା ବିଦ୍ୟୁତ୍‍ ବିଲ ଛାଡ କରାନଗଲେ ଆସନ୍ତା ୨୪ ତାରିଖ ସକାଳ ୬ଟାରୁ ଜଗମୋହନପୁର ଠାରେ ୪୯ନଂ ଜାତୀୟ ରାଜପଥ ଅବରୋଧ ସହ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କମିଟିର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। କମିଟି ସଭାପତି ଅନନ୍ତ ମାଝୀ ଏବଂ ପୂର୍ବତନ ବିଧାୟକ ଧର୍ନୁଜୟ ସିଦ୍ଦୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ସନ୍ଧ୍ୟାରେ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories