www.samajalive.in
Tuesday, December 9, 2025
15.1 C
Bhubaneswar

ବ୍ଲକ୍‍ ଘେରିଲେ ବିଜେପି କାର୍ଯ୍ୟକର୍ତ୍ତା

କଳାପଥର : ବାଙ୍କୀ ବିଜେପି ଶାଖା ପକ୍ଷରୁ ବାଙ୍କୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ବ୍ଲକ୍‍ର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ ମଙ୍ଗଳବାର ପୂର୍ବାହ୍ନରେ ସହସ୍ରାଧିକ ବିଜେପି କର୍ମୀ ମା’ ବ୍ରହ୍ମେଇଁଙ୍କ ପୀଠ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ୍‍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସରକାରଙ୍କ ଗରୀବ ମାରଣ ନୀତି ଏବଂ ଜନବିରୋଧୀ କାର୍ଯ୍ୟର ସମାଲୋଚନା କରିବା ସହିତ ନ୍ୟାୟ ପ୍ରଦାନ କରିବାକୁ ବିଜେପି କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ବାଙ୍କୀ ପର୍ଯ୍ୟବେକ୍ଷକ ସ୍ମୃତି ପଟ୍ଟନାୟକ ଯୋଗ ଦେଇ  ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଜନସାଧାରଣ ଶାସକ ଦଳ ଚାପରେ ଅତିଷ୍ଠ ହେଉଥିବା ଅଭିଯୋଗ କରିଥିଲେ। ରାଜ୍ୟରେ ଭ୍ରଷ୍ଟାଚାରୀ ଶାସନ ବଢ଼ିବା ସହିତ ଗୁଣ୍ଡାରାଜ ଚାଲିଥିବା କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ, ସ୍ୱଚ୍ଛ ଭାରତ ଯୋଜନାରେ ଯୋଗାଇ ଦିଆଯାଉଥିବା ପାଇଖାନା ନିର୍ମାଣରେ ବ୍ୟାପକ ଅର୍ଥ କାରବାର, ରାସନ୍‍ କାର୍ଡ଼ ବଣ୍ଟନରେ ଦୁର୍ନୀତି ଏବଂ ଦଳୀୟ ଲୋକଙ୍କୁ କାର୍ଡ଼ ବଣ୍ଟନ ସହିତ ଧନୀକ ଲୋକଙ୍କୁ ଦିଆଯାଇ ପ୍ରକୃତ ହିତାଧିକାରୀଙ୍କୁ ବାଦ୍‍ ଦିଆଯାଉଥିବା, ବ୍ଲକରେ କାର୍ଯ୍ୟରତ ଭି.ଏଲ୍‍.ଡବ୍ଲ୍ୟୁ., ଜେ.ଇ., ଜି.ଆର୍‍.ଏସ୍‍. ପ୍ରମୁଖ କର୍ମଚାରୀ ଲାଞ୍ଚ କାରବାରରେ ଲିପ୍ତ ରହିବା, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂସହାୟକ ଗୋଷ୍ଠୀ, ଶିକ୍ଷକମାନଙ୍କୁ ଶାସକ ଦଳର ଏଜେଣ୍ଟ୍‍ ସଜାଇ ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ କରିଯାଉଥିବା ଅଭିଯୋଗ କରାଯାଇଛି। ଏହା ସହିତ ବ୍ଲକ ସମ୍ମୁଖରେ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନାରୀ ନେତ୍ରୀ ପଦ୍ମଜା ଦେବତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ସ୍ୱାଇଁ, ସୁବଳ ବେହେରା, ବିଜେପି ନେତା କମଳାକାନ୍ତ ପ୍ରହରାଜ, କଟକ ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଜୟନ୍ତ ବେଉରା, ପ୍ରଣବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories