www.samajalive.in
Saturday, December 13, 2025
18.1 C
Bhubaneswar

ଏବିଭିପିର ‘ମିଶନ ସାହାସୀ’ କାର୍ଯ୍ୟକ୍ରମ

କଟକ : କଟକ ବାଲିଯାତ୍ରା ଉପର ପଡିଆରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ‘ମିଶନ ସାହାସୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶରେ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସାକୁ ମହିଳାମାନେ କିପରି ସାହାସର ସହ ସମ୍ମୁଖୀନ କରିବେ ଏହାକୁ ନେଇ ମହିଳା ମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଓଲିଉଡ ନାୟିକା ପ୍ରକୃତି ମିଶ୍ର ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ ଶଷିଭୂଷଣ ନାୟକ ଯୋଗ ଦେଇଥିଲେ। ଘରୋଇ ହିସାଂ କିମ୍ବା ବାହାରେ ମହିଳା ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ କିପରି ରୋକାଯାଇପାରିବ ସେ ନେଇ ଅତିଥିମାନେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷକ ନିତାଇଶଙ୍କର ଗୁଇଁ ଓ ବିଭୁଦେଓ ନାୟକ ଆତ୍ମରକ୍ଷା କୌଶଳ ଶିଖାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ୧୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଯୋଗ ଦେଇଥିଲେ। ଏବିଭିପି କାର୍ଯ୍ୟକର୍ତ୍ତା ଚିନ୍ମୟ ସାହୁ କାର୍ଯ୍ୟକ୍ରମ ଦାୟିତ୍ୱ ନେଇଥିବା ସହ ଅନ୍ୟ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିବା ସେ କହିଛନ୍ତି।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories